ଓଡିଶା

odisha

ETV Bharat / state

NAC Elections: ମଇଦାନରେ ପ୍ରାର୍ଥୀ, ଭୋଟରଙ୍କ ମନ ଜିତିବାକୁ ଚାଲିଛି ପ୍ରୟାସ - ଅତାବିରା ଏନଏସି ନିର୍ବାଚନ

ଅତାବିରା ଏନଏସି ଦଖଲ କରିବା ପାଇଁ ମଇଦାନରେ ଚାଲିଛି ହେଭିୱେଟ ପ୍ରଚାର । ଭୋଟ ହାତେଇବା ପାଇଁ ଚାଲିଛି ପ୍ରୟାସ । ଅଧିକ ପଢନ୍ତୁ

Attabira nac election
Attabira nac election

By

Published : Mar 27, 2023, 11:23 AM IST

ବରଗଡ:ପାଖଉଛି ବରଗଡ ଜିଲ୍ଲାର ଅତାବିରା NAC ନିର୍ବାଚନ ତାରିଖ । ସମସ୍ତ ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରିସାରିଥିବା ବେଳେ ଏବେ ମନ ଜିଣିବାକୁ ଚାଲିଛି କସରତ । ଅତାବିରା ଏନଏସି ହାସଲ କରିବାକୁ ମଇଦାନରେ ହେଭିଓ୍ବେଟ । ସମସ୍ତ ଦଳର ପ୍ରାର୍ଥୀ ଘରକୁ ଘର ବୁଲି ପ୍ରଚାର କରିଛନ୍ତି ।

ଚଳିତ ବର୍ଷ ଅତାବିରା NAC ନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ଦଳ ବ୍ୟତୀତ ଆମ ଆଦମୀ ପାର୍ଟି ମଧ୍ୟ ନିଜର ପ୍ରାର୍ଥୀକୁ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ଅତାବିରାରେ ଗତ NAC ନିର୍ବାଚନରେ ୧୨ଟି ୱାର୍ଡରୁ ସମସ୍ତ ସିଟ ହାତେଇ ବିଜୟୀ ହୋଇଥିଲା ବିଜେଡି । ତେବେ ଚଳିତ NAC ନିର୍ବାଚନ ଆସନ୍ତା ଅପ୍ରେଲ ୩ ତାରିଖରେ ହେବାକୁ ଥିବା ବେଳେ ସମସ୍ତ ଦଳ ନିଜ ନିଜର ପ୍ରାର୍ଥୀକୁ ନେଇ ଆଶାବାଦୀ ରହିଥିବା କହିଛନ୍ତି ।

ଆସନ୍ତା ଅପ୍ରେଲ ୩ ତାରିଖରେ ହେବାକୁ ଯାଉଛି ଅତାବିରା NAC ନିର୍ବାଚନ । ଏଥିପାଇଁ ଅତାବିରା ନିର୍ବାଚନ ମଣ୍ଡଳୀରେ ଗତ 28 ଫେବୃଆରିରୁ ଆସନ୍ତା ଏପ୍ରିଲ୫ ତାରିଖ ପର୍ଯ୍ୟନ୍ତ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ଅତାବିରା ଏନଏସିରେ ୧୨ଗୋଟି ୱାର୍ଡ ରହିଥିବା ବେଳେ ସମସ୍ତ ଦଳ ୧୨ଗୋଟି ଯାକ ୱାର୍ଡରେ ସମର୍ଥିତ ୱାର୍ଡ ମେମ୍ବର ପ୍ରାର୍ଥୀ ଦେବା ସହିତ NAC ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ମଧ୍ୟ ମଇଦାନକୁ ଓହ୍ଲାଇଛନ୍ତି ।

ଅନ୍ୟପଟେ ଆମ ଆଦମୀ ପାର୍ଟି ପକ୍ଷରୁ ୩ଗୋଟି ୱାର୍ଡ ପାଇଁ ଆମ ଆଦମୀ ସମର୍ଥିତ ୩ଟି ସ୍ୱାଧୀନ କାଉନସିଲର ଓ ଗୋଟିଏ ଅଧ୍ୟକ୍ଷ ପ୍ରାର୍ଥୀ ଦିଆଯାଇଛି । ତେବେ ନିର୍ବାଚନୀ ପ୍ରଚାର ପାଇଁ ବିଜେଡି ଦଳ ପକ୍ଷରୁ ଜିଲ୍ଲାର ହେଭିୱେଟ ନେତାମାନେ ଅତାବିରା ଠାରେ ଡେରା ପକେଇଥିବା ବେଳେ କଂଗ୍ରେସ ଓ ବିଜେପି ଦଳର ନେତାମାନେ ମଧ୍ୟ ବ୍ୟାପକ ପ୍ରଚାର ଚଳେଇଛନ୍ତି ।

ବିଜେଡି ଦଳ ଅତାବିରା ଅଞ୍ଚଳରେ କରିଥିବା ବିକାଶ ଓ ଆଗାମୀ ଦିନରେ ହେବାକୁ ଥିବା ଉନ୍ନତି ମୂଳକ କାମକୁ ନେଇ ଭୋଟ ପାଇଁ ଲୋକଙ୍କ ନିକଟକୁ ଯାଉଥିବା ବେଳେ ଅନ୍ୟପଟେ ବିରୋଧୀ ବିଜେପି, କଂଗ୍ରେସ ଓ ଆମ ଆଦମୀ ଦଳ ଅତାବିରାରେ ହୋଇଥିବା ବ୍ୟାପକ ଦୁର୍ନୀତି, ରାସ୍ତା ସମସ୍ୟା, ଚାଷୀ ସମସ୍ୟା, ବେରୋଜଗାର ସମସ୍ୟା ଆଦିକୁ ମୁଦ୍ଦା ରଖି ଲୋକଙ୍କ ଭୋଟ ହାତେଇବାକୁ ପ୍ରୟାସ ଜାରି ରଖିଛନ୍ତି ।


ଅତାବିରା ଏନଏସି ନିର୍ବାଚନରେ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ବିଜେଡି ଦଳରୁ ବନମାଳୀ ବରିହା, ବିଜେପି ଦଳରୁ ଲକ୍ଷ୍ମୀ ବେହେରା, କଂଗ୍ରେସ ଦଳରୁ ସବିତା ଭୁଏ ଓ ଆମ ଆଦମି ଦଳରୁ ସାମନ୍ତ ଭୁଏ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ତେବେ ଆସନ୍ତା ୩ ତାରିଖରେ ଅତାବିରାରେ ହେବାକୁ ଥିବା NAC ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ରହିଥିବା ବେଳେ ୧୨ଗୋଟି ୱାର୍ଡ ବିଶିଷ୍ଟ ଏହି ବିଜ୍ଞାପିତ ଅଞ୍ଚଳରେ ସମୁଦାୟ ୧୬ଟିଗୋଟି ବୁଥର ଆୟୋଜନ କରାଯାଇଛି ।

କିପରି ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ସମାପନ ହେବ ସେନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । ଅପ୍ରେଲ ୩ତାରିଖରେ ନିର୍ବାଚନ ପରେ ଅପ୍ରେଲ ୫ତାରିଖରେ ଭୋଟ ଗଣତି ଏବଂ ନିର୍ବାଚନ ଫଳାଫଳର ହେବ ଘୋଷଣା ହେବ । ତେବେ ଅତାବିରା ବିଜ୍ଞାପିତ ଅଞ୍ଚଳରେ ସମୁଦାଯ ଭୋଟର ସଂଖ୍ୟା ୧୩୫୨୦ ରହିଥିବା ବେଳେ ପୁରୁଷ ଭୋଟର ସଂଖ୍ୟା ୬୭୪୩ ଏବଂ ମହିଳା ଭୋଟର ସଂଖ୍ୟା ୬୭୭୭ ରହିଛି । ମହିଳା ଭୋଟର ସଂଖ୍ୟା ପୁରୁଷ ଭୋଟର ତୁଳନାରେ ଅଧିକ ରହିଛନ୍ତି ।

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details