ଓଡିଶା

odisha

By

Published : Nov 7, 2022, 7:06 AM IST

Updated : Nov 7, 2022, 3:01 PM IST

ETV Bharat / state

ପଦ୍ମପୁର ଉପନିର୍ବାଚନକୁ ନେଇ ବରଗଡରେ ସର୍ବଦଳୀୟ ବୈଠକ

ପଦ୍ମପୁର ଉପନିର୍ବାଚନକୁ ନେଇ ବରଗଡରେ ସର୍ବଦଳୀୟ ବୈଠକ । ପଦ୍ମପୁର ଉପନିର୍ବାଚନକୁ ନେଇ ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ପଦ୍ମପୁର ଉପନିର୍ବାଚନକୁ ନେଇ ଆଜି ଜିଲ୍ଲାପାଳଙ୍କ ସର୍ବ ଦଳୀୟ ବୈଠକ
ପଦ୍ମପୁର ଉପନିର୍ବାଚନକୁ ନେଇ ଆଜି ଜିଲ୍ଲାପାଳଙ୍କ ସର୍ବ ଦଳୀୟ ବୈଠକ

ବରଗଡ:ପଦ୍ମପୁର ଉପନିର୍ବାଚନକୁ ନେଇ ବରଗଡରେ ସର୍ବଦଳୀୟ ବୈଠକ । ବରଗଡ଼ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପଦ୍ମପୁର ଉପନିର୍ବାଚନକୁ ନେଇ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ଆସନ୍ତା ଡିସେମ୍ବର 5 ତାରିଖରେ ହେବାକୁ ଥିବା ଉପନିର୍ବାଚନକୁ ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । କିଭଳି ପଦ୍ମପୁର ଉପନିର୍ବାଚନ ସ୍ବଚ୍ଛ, ଶାନ୍ତି ଓ ଶୃଙ୍ଖଳା ସହ କରାଯିବ ସେନେଇ ବୈଠକରେ ଆୟୋଜନ କରାଯାଇଥିଲା । ତେବେ ଉପନିର୍ବାଚନର ତାରିଖ ଘୋଷଣା ହେବା ସହିତ ବରଗଡ ଜିଲ୍ଲାରେ ନିର୍ବାଚନ ଆଚରଣ ବିଧି ମଧ୍ୟ ଲାଗୁ ହୋଇସାରିଛି ।

ପଦ୍ମପୁର ଉପନିର୍ବାଚନ କିପରି ଶାନ୍ତି ଶୃଙ୍ଖଳା ଓ ସ୍ୱଚ୍ଛ ଭାବରେ କରାଯିବ ସେନେଇ ସମସ୍ତ ରାଜନୈତିକ ଦଳ, ସରକାରୀ କର୍ମଚାରୀ, ପୋଲିସ ବିଭାଗ ମୁଖ୍ୟ ବରଗଡ଼ ଏସ.ପି ପରମାର ସ୍ମିତ ପୁରୁଷୋତ୍ତମ ଦାଶ, ଜିଲ୍ଲାପାଳ ମନୀଷା ବାନାର୍ଜୀ, ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମିରଧା ଟପ୍ପୋ ଏବଂ ପଦ୍ମପୁର ଉପ ଜିଲ୍ଲାପାଳ ସମେତ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ଥିଲେ । ତେବେ ଲାଗୁ ହୋଇଥିବା ଆଚରଣ ବିଧିକୁ କୌଣସି ମତେ କେହିବି ଉଲ୍ଲଘଂନ କଲେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବରଗଡ ଜିଲ୍ଲାପାଳ ମନୀଷା ବାନାର୍ଜୀ କହିଛନ୍ତି ।

ଅନ୍ୟପଟେ ବରଗଡ ଆରକ୍ଷୀ ଅଧିକ୍ଷକ ପରମାର ସ୍ମିତ ପୁରୁଷୋତ୍ତମ ଦାଶ କହିଛନ୍ତି, "ବରଗଡ ପୋଲିସ ପଦ୍ମପୁର ଉପନିର୍ବାଚନକୁ କିଭଳି ଭାବରେ ଶାନ୍ତି ଶୃଙ୍ଖଳାର ସହ କରାଯିବ ସେନେଇ ପ୍ରସ୍ତୁତି କରାଯାଉଛି ।"

ଇଟିଭି ଭାରତ, ବରଗଡ

Last Updated : Nov 7, 2022, 3:01 PM IST

ABOUT THE AUTHOR

...view details