ବରଗଡ଼/ବୌଦ୍ଧ:କାର୍ଯ୍ୟବନ୍ଦଆନ୍ଦୋଳନରେ ସମବାୟ ବ୍ୟାଙ୍କ କର୍ମଚାରୀ । ଅଲ ଓଡିଶା ସେଣ୍ଟ୍ରାଲ କପୋରେଟିଭ ବ୍ୟାଙ୍କ ଏମ୍ପ୍ଲୋଇ ଫେଡେରେସନର ଡାକରା କ୍ରମେ ସାରା ରାଜ୍ୟରେ ଆନ୍ଦୋଳନ ପ୍ରଦର୍ଶନ କରିଛନ୍ତି କର୍ମଚାରୀ । 5 ଦଫା ଦାବିରେ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ବ୍ୟାଙ୍କ କର୍ମଚାରୀ । ଅନ୍ୟପଟେ ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏହାମଧ୍ୟ ପଢନ୍ତୁ..କୋପରେଟିଭ ବ୍ୟାଙ୍କ କର୍ମଚାରୀ ସଂଘର ଆନ୍ଦୋଳନ, ବ୍ୟାଙ୍କରେ ପଡ଼ିଛି ତାଲା
ପାଞ୍ଚ ଦଫା ଦାବିରେ ତିନି ଦିନ ହେଲା କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ସମବାୟ ବ୍ୟାଙ୍କ କର୍ମଚାରୀ । ଅଲ ଓଡିଶା ସେଣ୍ଟ୍ରାଲ କପୋରେଟିଭ ବ୍ୟାଙ୍କ ଏମ୍ପ୍ଲୋଇ ଫେଡେରେସନର ଡାକରା କ୍ରମେ ବ୍ୟାଙ୍କ ଆଗରେ ଆନ୍ଦୋଳନ ପ୍ରଦର୍ଶନ କରିଛନ୍ତି କର୍ମଚାରୀ । ଗତ 25 ତାରିଖରୁ ବ୍ୟାଙ୍କ ସମ୍ମୁଖରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚାଲିଥିବା ବେଳେ ଚାଷୀ ତଥା ସ୍ଥାନୀୟ ଲୋକେ ଖୁବ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ 3 ଦିନ ହେଲା ସମବାୟ ବ୍ୟାଙ୍କ ଗୁଡିକ ସଂପୂର୍ଣ୍ଣ ବନ୍ଦ ହୋଇପଡିଥିବା ବେଳେ ଆଜି ମାସର ଶେଷ ଶନିବାର ଓ ଆସନ୍ତାକାଲି ରବିବାର ହୋଇଥିବାରୁ ପୁଣି ଦୁଇଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ । ଲଗାତାର 5 ଦିନ ବ୍ୟାଙ୍କ ବନ୍ଦ ରହିବା ଫଳରେ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।