ବରଗଡ: ଅକ୍ଷୟ ତୃତୀୟାରେ ପାଇକମାଳ ଗନ୍ଧମାର୍ଦ୍ଦନ ପାହାଡ ତଳେ ଥିବା ଭଗବାନ ନୃସିଂହନାଥ ମନ୍ଦିରରେ ଲାଗିଲା ପଖାଳ ଭୋଗ । ପ୍ରତିବର୍ଷ ଏହି ଅବସରେ ମନ୍ଦିରରେ ଭକ୍ତଙ୍କ ସମାଗମ ହେଉଥିବା ବେଳେ ଚଳିତ ବର୍ଷ ଲକଡାନ ସକାଶେ ମନ୍ଦିରରେ ଭିଡ ଲାଗିନଥିଲା ।
ଅକ୍ଷୟ ତୃତୀୟାରେ ନୃସିଂହନାଥଙ୍କୁ ଲାଗିଲା ପଖାଳ ଭୋଗ - ନୃସିଂହନାଥ ମନ୍ଦିରରେ ଲାଗିଲା ପଖାଳ ଭୋଗ
ଅକ୍ଷୟ ତୃତୀୟାରେ ବରଗଡ ପାଇକମାଳ ନୃସିଂହନାଥ ମନ୍ଦିରରେ ପଖାଳ ଭୋଗ । ଲକଡାଉନ ହେତୁ ଭକ୍ତଙ୍କ ଲାଗିନଥିଲା ଭିଡ ।
ଅକ୍ଷୟତୃତୀୟାରେ ଭଗବାନ ନୃସିଂହନାଥଙ୍କ ଠାରେ ଲାଗିଲା ପଖାଳ ଭୋଗ
ମନ୍ଦିରରେ ଅପରାହ୍ନ 4ଟାରେ ଭଗବାନ ନୃସିଂହନାଥଙ୍କୁ ରୀତିନୀତି ଅନୁସାରେ ପୂଜର୍ଚ୍ଚନା କରାଯିବା ପରେ ପଖାଳ ଭୋଗ ଲାଗିଥିଲା । ଅକ୍ଷୟ ତୃତୀୟା ଠାରୁ ଦଶମୀ ପର୍ଯ୍ୟନ୍ତ ଭଗବାନଙ୍କ ଠାରେ ପଖାଳ ଭୋଗ ଲାଗିଥାଏ । ହେଲେ ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ମନ୍ଦିରରେ ଜନଗହଳି ମନାଥିବାରୁ ଭକ୍ତ ଦର୍ଶନ ପାଇଁ ଆସିନଥିବା ଜଣାପଡିଛି ।
ବଡଗଡରୁ ରାଜେଶ ସରାଫ, ଇଟିଭି ଭାରତ