ଓଡିଶା

odisha

ETV Bharat / state

ସରିଲା ବିଜେପୁର ଉପନିର୍ବାଚନ, ପଦ୍ମପୁର ଷ୍ଟ୍ରଙ୍ଗ ରୁମରେ ପହଞ୍ଚିଲା ନିର୍ବାଚନୀ ସାମଗ୍ରୀ - ବିଜେପୁର ଉପନିର୍ବାଚନ

ସରିଛି ବହୁ ପ୍ରତୀକ୍ଷିତ ବିଜେପୁର ଉପନିର୍ବାଚନ । କଡା ସୁରକ୍ଷା ବଳୟ ଭିତରେ ପୋଲିଂ କର୍ମଚାରୀମାନେ ଇଭିଏମ ମେସିନ, ଭିଭିପାଟ ଓ ସମସ୍ତ ନିର୍ବାଚନୀ ସାମଗ୍ରୀଗୁଡିକୁ ପଦ୍ମପୁରରେ ରହିଥିବା ଷ୍ଟ୍ରଙ୍ଗ ରୁମକୁ ସ୍ଥାନାନ୍ତର କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

By

Published : Oct 22, 2019, 3:58 AM IST

ବରଗଡ: ସରିଛି ବହୁ ପ୍ରତୀକ୍ଷିତ ବିଜେପୁର ଉପନିର୍ବାଚନ । ସୋମବାର ସକାଳ 7ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 5ଟାରେ ସରିଥିଲା ମତଦାନ । ଏହାପରେ କଡା ସୁରକ୍ଷା ବଳୟ ଭିତରେ ପୋଲିଂ କର୍ମଚାରୀମାନେ ଇଭିଏମ ମେସିନ, ଭିଭିପାଟ ଓ ସମସ୍ତ ନିର୍ବାଚନୀ ସାମଗ୍ରୀଗୁଡିକୁ ପଦ୍ମପୁରରେ ରହିଥିବା ଷ୍ଟ୍ରଙ୍ଗ ରୁମକୁ ସ୍ଥାନାନ୍ତର କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ସୂଚନା ମୁତାବକ ଜିଲ୍ଲାର 1800ରୁ ଅଧିକ ପୋଲିଂ କର୍ମଚାରୀଙ୍କ ସହିତ ନିୟୋଜିତ ହୋଇଥିବା ପୋଲିସମାନେ ନିଜ ନିଜ ବୁଥର ନିର୍ବାଚନୀ ସାମଗ୍ରୀ ନେଇ ପଦ୍ମପୁର ଅଭିମୁଖେ ବାହାରିଥିଲେ । ପଦ୍ମପୁରରେ ନିର୍ବାଚନୀ ସାମଗ୍ରୀ ସବୁ ଗ୍ରହଣ କରାଯାଇ ସେଠାରେ ରହିଥିବା ଷ୍ଟ୍ରଙ୍ଗ ରୁମରେ ସମସ୍ତ ଦଳର ପ୍ରାର୍ଥୀଙ୍କ ଭାଗ୍ୟ କଏଦ କରାଯାଇଛି ।

ଆସନ୍ତା 24 ତାରିଖରେ ଭୋଟ ଗଣନା କରାଯିବ ଏବଂ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରାଯିବ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details