ଓଡିଶା

odisha

ETV Bharat / state

ପ୍ରବାସୀ ଶ୍ରମିକଙ୍କ ପାଇଁ ରୋଷେଇ କରି ଗାଁରୁ ହେଲେ ବାସନ୍ଦ - coronavirus

ପ୍ରବାସୀ ଶ୍ରମିକଙ୍କ ପାଇଁ ରୋଷେଇ କରି ଦେଲେ ମଣିଷର ପରିଚୟ । ହେଲେ ନିଜ ଗାଁରୁ ହରାଇଲେ ବାସ । ଆସନ୍ତୁ ଜାଣିବା ଏହି କୋରୋନା ଯୋଦ୍ଧାଙ୍କ ବିଷୟରେ...

after cooked for migrant workers, villagers banned him
ପ୍ରବାସୀ ଶ୍ରମିକଙ୍କ ପାଇଁ ରୋଷେଇ କରି ଗାଁ ରୁ ହେଲେ ବାସନ୍ଦ

By

Published : May 22, 2020, 7:19 PM IST

ବରଗଡ: କୋରୋନା ପରି ମହାମାରୀ ସମୟରେ ବହୁ ଲୋକଙ୍କ ଦୁଃଖ ଦୁର୍ଦଶା ଦେଖି ପଥର ହୃଦୟ ମଧ୍ୟ ତରଳି ଯାଉଛି ଏବଂ ଲୋକେ ଆପେ ଆପେ ସାହାଯ୍ୟର ହାତ ବଢାଉଛନ୍ତି ।କିନ୍ତୁ ଏହି ମଣିଷ ସମାଜରେ ଏପରି ମଧ୍ୟ ଅମଣିଷ ଅଛନ୍ତି ଯେଉଁ ମାନଙ୍କ ପାଇଁ କଳଙ୍କିତ ହୋଇଯାଏ ମଣିଷ ପଣିଆ ।

ପ୍ରବାସୀ ଶ୍ରମିକଙ୍କ ପାଇଁ ରୋଷେଇ କରି ଗାଁ ରୁ ହେଲେ ବାସନ୍ଦ

ବରଗଡ ଜିଲ୍ଲାରେ ଏପରି ଏକ ଅମାନବୀୟ ଘଟଣା ଘଟିଛି ଯାହା ସମ୍ପୂର୍ଣ ମଣିଷ ସମାଜ ପାଇଁ ଏବଂ ମଣିଷତ୍ଵ ପାଇଁ କଳଙ୍କ । କୋରୋନା ଯୋଦ୍ଧା ଭାବରେ ସମାଜସେବାରେ ନିଯୋଜିତ ଥିବା ଜଣେ ରୋଷେୟା କୁ ଗାଁ ରୁ ବାସନ୍ଦ କରିବା ଘଟଣା ବରଗଡ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।

ବରଗଡ଼ ଜିଲ୍ଳାର ଝାରବନ୍ଧ ଥାନା ଅନ୍ତର୍ଗତ ଭଣ୍ଡାରପୁରୀ ଗ୍ରାମରେ ଏକ ଅସ୍ଥାୟୀ ଚିକିତ୍ସା ଶିବିରରେ ବିନୋଦ ବାଗ ନାମକ ରୋଷେୟା ସେଠାରେ ଲୋକଙ୍କ ପାଇଁ ରୋଷେଇ କରୁଥିଲେ । ଅନ୍ୟ ରାଜ୍ୟରୁ ଫେରିଥିବା କିଛି ଶ୍ରମିକ ସେଠାରେ ରହୁଥିବା ବେଳେ ଭଣ୍ଡାରପୁରୀ ଗାଁର ନାରାୟଣପୁର ବସ୍ତିର ବିନୋଦ ବାଗ ସମସ୍ତଙ୍କ ପାଇଁ ଖାଇବାର ବ୍ୟବସ୍ଥା କରୁଥିଲେ ମାତ୍ର ସେ ଏହି କେନ୍ଦ୍ରକୁ ଯାତାୟାତ କରୁଥିବାରୁ ତାଙ୍କୁ ଗ୍ରାମବାସୀ ଗାଁ ରୁ ବାସନ୍ଦ କରିଛନ୍ତି । ନାଁ ସେ ଗାଁ ହାଟରୁ କିଛି କିଣା ବିକା କରିପାରୁଛନ୍ତି ନାଁ ଗାଁର ନଳକୂପ ଓ ପୋଖରୀ ର ପାଣି ବ୍ୟବହାର କରିପାରୁଛନ୍ତି ।

ଏପରି ପରିସ୍ଥିତିରେ କରୋନା ଯୋଦ୍ଧାଙ୍କ ପରିବାର ଭାରି ଅସୁବିଧାରେ ପଡିଲେଣି ଯାହାକୁନେଇ ପରିବାର ଲୋକେ ଥାନାରେ ଅଭିଯୋଗ କଲାପରେ ମଧ୍ୟ କୌଣସି ସମାଧାନ ହୋଇପାରିନାହିଁ ।

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details