ଓଡିଶା

odisha

ETV Bharat / state

ଟାଙ୍ଗିଆରେ ହାଣି ହତ୍ୟାକାଣ୍ଡ ଘଟଣା, ଅଭିଯୁକ୍ତ ଗିରଫ - ଟାଙ୍ଗିଆରେ ହାଣି ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ଗିରଫ

ବରଗଡ ଗାଇସିଲାଟ ବ୍ଲକରେ ଗାଙ୍ଗିଆରେ ହାଣି ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

ଟାଙ୍ଗିଆରେ ହାଣି ହତ୍ୟାକାଣ୍ଡ ଘଟଣା, ଅଭିଯୁକ୍ତ ଗିରଫ
Etv Bharatଟାଙ୍ଗିଆରେ ହାଣି ହତ୍ୟାକାଣ୍ଡ ଘଟଣା, ଅଭିଯୁକ୍ତ ଗିରଫ

By

Published : Aug 2, 2022, 10:43 PM IST

ବରଗଡ: ଗାଇସିଲାଟ ବ୍ଲକ ସାନ ସାହାଜବାହାଲ ଗାଁରେ ଟାଙ୍ଗିଆରେ ହାଣି ହତ୍ୟାକାଣ୍ଡ ଘଟଣାର ଜଣେ ଅଭିଯୁକ୍ତ ଗିରଫ l ଗାଇସିଲେଟ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି । ସାମାନ୍ୟ ବଚସାରୁ ପ୍ରଥମେ ଗଣ୍ଡଗୋଳ ଓ ପରେ ଘଟିଥିଲା ହତ୍ୟାକାଣ୍ଡ ।

ଟାଙ୍ଗିଆରେ ହାଣି ହତ୍ୟାକାଣ୍ଡ ଘଟଣା, ଅଭିଯୁକ୍ତ ଗିରଫ


ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ଗଭରା ଗାଁର ଶୁକ୍ରୁ ବରିହା ଓ ଅନ୍ୟ ଚାରି ଜଣ ଯୁବକ ବରଗଡ ଜିଲ୍ଲାକୁ କାମ କରିବାକୁ ଆସିଥିଲେ । ସେମାନେ କାମ ସାରି ବରଗଡ ସାନ ସାହାଜବାହାଲ ଗାଁରେ ପହଁଚିଥିଲେ । ଏହା ଭିତରେ ଶୁକ୍ରୁ ବରିହା ଗାଁ ବାହାରକୁ ଯାଇଥିଲା । ସେହି ଗାଁର ସୁରେଶ ସା କାଠ ହାଣୁଥିବା ବେଳେ ଶୁକ୍ରୁ ସହ ତାହାର ବଚସା ହୋଇଥିଲା । ଶୁକ୍ରୁ ସୁରେଶକୁ କାଠ ଫାଳିଆରେ ଆକ୍ରମଣ କରିଥିବା ବେଳେ ସୁରେଶ କାଠ ହାଣିଥିବା କୁରାଢୀରେ ଶୁକ୍ରୁ ବରିହାକୁ ଆକ୍ରମଣ କରିଥିଲା । ଫଳରେ ଶୁକ୍ରୁ ଶରୀରେ ଗଭୀର ଆଘାତ ଲାଗିଥିଲା ।

ସାନସାହାଜ ବାହାଲ ଓ ବାବେବାହାଲ ଗାଁ ମଝିରେ ଥିବା ଗୋବର୍ଦ୍ଧନ ମାଝିଙ୍କ ବିଲରୁ ପୋଲିସ ଶୁକ୍ରୁ ବରିହାର ରକ୍ତାକ୍ତ ଶରୀରକୁ ଠାବ କରିଥିଲା । ଶୁକ୍ରୁକୁ ପଦ୍ମପୁର ଓ ପରେ ଭୀମ ଭୋଇ ମେଡିକାଲ କଲେଜ ବଲାଙ୍ଗୀରକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଶୁକ୍ରୁ ବରିହାର ବାପା ଚନ୍ଦ୍ର ଶେଖର ବରିହାର ଅଭିଯୋଗ ଆଧାରରେ ଗାଇସିଲାଟ ଥାନା ଅଧିକାରୀ ବୀରବର ଭଗତ୍ ତଦନ୍ତ କରି ସୁରେଶ ସା ବିରୋଧରେ ଏକ ମାମଲା ରୁଜୁ କରି ହତ୍ୟାକାଣ୍ଡରେ ବ୍ୟବହୃତ କୁରାଢି ଜବତ୍ କରିବା ସହ ତାକୁ ଗିରଫ କରି କୋର୍ଟଚାଲାଣ କରିଛି ।

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details