ଓଡିଶା

odisha

ETV Bharat / state

ବିଚ୍ ରାସ୍ତାରେ ଯୁବକଙ୍କୁ ଆକ୍ରମଣ ଘଟଣାରେ 2 ଅପରାଧୀ ଗିରଫ - ବରଗଡ଼ରେ ଗୁଳିକାଣ୍ଡ

ବରଗଡ଼ ବସଷ୍ଟାଣ୍ଡ ନିକଟରେ ଯୁବକଙ୍କୁ ମରଣାନ୍ତରକ ଆକ୍ରମଣ ଘଟଣା । ଏଥିରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢ଼ନ୍ତୁ

fatal attack on man in bargarh
ବରଗଡ଼ରେ ଯୁବକଙ୍କୁ ମରଣାନ୍ତରକ ଆକ୍ରମଣ

By

Published : Mar 12, 2023, 9:05 AM IST

ବିଚ୍ ରାସ୍ତାରେ ଯୁବକଙ୍କୁ ଆକ୍ରମଣ ଘଟଣା

ବରଗଡ଼:ବିଚ୍ ରାସ୍ତା ଉପରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ଅନ୍ୟ ମୁଖ୍ୟ ୬ ଜଣ ଫେରାର ଥିବା ପୋଲିସ ସୂଚନା ଦେଇଛି । ଅନ୍ୟପଟେ ଆକ୍ରମଣରେ ଆହତ ହୋଇଥିବା ଜଗନ୍ନାଥ କର୍ଣ୍ଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡି଼କାଲକୁ ସ୍ଥାନାନ୍ତରିତ କରାଯାଇଛି । ଜଗନ୍ନାଥଙ୍କ ଗୋଡରେ ଗୁଳି, ଉଭୟ ହାତରେ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଅତ୍ୟାଧୁନିକ ଚିକିତ୍ସା ସହିତ ଏକ ଡାକ୍ତରୀ ଟିମଙ୍କ ଉପସ୍ଥିତିରେ କଟିଯାଇଥିବା ହାତର ଭେନ ଗୁଡିକର ଚିକିତ୍ସା କରାଯିବା ଜରୁରୀ ଥିବାରୁ ଜଗନ୍ନାଥଙ୍କୁ କଟକକୁ ସ୍ଥାନାନ୍ତରିତ କରାଯାଇଛି ।

ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ 9 ତାରିଖରେ ରାତି ପ୍ରାୟ 9ଟା ସମୟରେ ବରଗଡ଼ର ସରକାରୀ ବସଷ୍ଟାଣ୍ଡ ନିକଟରେ ଜଗନ୍ନାଥ କର୍ଣ୍ଣଙ୍କ ଉପରେ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରି ତାଙ୍କର ଉପରକୁ 2 ରାଉଣ୍ଡ ଗୁଳି ମାରିଥିଲେ । ତେବେ ଗୋଟେ ଗୁଳି ତାଙ୍କ ଗୋଡରେ ବାଜିଥିବା ବେଳେ ଅନ୍ୟ ଗୁଳିଟି ଦେହରେ ବାଜିନଥିଲା । ଧାରୁଆ ଅସ୍ତ୍ରରେ ତାଙ୍କୁ ବାରମ୍ବାର ଆକ୍ରମଣ କରି ଲହୁଲୁହାଣ କରିଥିଲେ । ଜଗନ୍ନାଥଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିବାବେଳେ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଯାଇଥିଲେ । ଏହାପରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ପୂର୍ବ ଶତ୍ରୁତା କାରଣରୁ ଏହି ଆକ୍ରମଣ କରାଯାଇଥିବା ଜଗନ୍ନାଥ କହିଛନ୍ତି ।

ଜଗନ୍ନାଥଙ୍କ ବୟାନକୁ ଆଧାର କରି ଏହି ଘଟଣାର 24 ଘଣ୍ଟା ମଧ୍ୟରେ ବରଗଡ଼ ପୋଲିସ 2 ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ତେବେ ଏମାନଙ୍କୁ ଗିରଫ ପରେ ପୋଲିସ ଜାଣିବାକୁ ପାଇଛି ଯେ, ହୋଲି ଦିନ ଜଗନ୍ନାଥଙ୍କୁ ମାରିବା ପାଇଁ ଏମାନେ ଯୋଜନା କରିଥିଲେ । ମାତ୍ର ସେଥିରେ ସଫଳ ହୋଇପାରିନଥିଲେ । ତେଣୁ ଏହାର ପରଦିନ ଆକ୍ରମଣ ଘଟାଇଥିବା ପୋଲିସ ଜାଣିବାକୁ ପାଇଛି । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କ ଧରିବା ପାଇଁ ତଦନ୍ତ ଚାଲୁଥିବା ବରଗଡ଼ ଏସପି ସୂଚନା ଦେଇଛନ୍ତି । ଅନ୍ୟପଟେ ବରଗଡ଼ ସହରରେ ବଢିଚାଲିଥିବା ନିଶା କାରବାର ଏବଂ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି ଆମ ଆଦମୀ ପାର୍ଟି ପକ୍ଷରୁ ବରଗଡ ଏସପିଙ୍କ ଠାରେ ଅଭିଯୋଗ କରାଯାଇଛି । ସମସ୍ତ ଦୋଷୀଙ୍କୁ ଶୀଘ୍ର ଗିରଫ କରିବାକୁ ଦଳ ପକ୍ଷରୁ ଦାବି ହୋଇଛି ।

ଇଟିଭି ଭାରତ, ବରଗଡ଼

ABOUT THE AUTHOR

...view details