ବରଗଡ: ଦିନକୁ ଦିନ ଦେଶରେ ଅହେତୁକ ଭାବେ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଏହି ଦର ବୃଦ୍ଧି ସାଧାରଣ ଜନତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିବା ବେଳେ ଗୁରୁବାର ବରଗଡ ଜିଲ୍ଲା ଆମ ଆଦମୀ ଦଳ ପକ୍ଷରୁ ଏନେଇ ଜିଲ୍ଲାପାଳଙ୍କ ନିକଟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
କୋରୋନା ପରି ମହାମାରୀ ସମୟରେ ଡିଜେଲର ମାତ୍ରାଧିକ ଦର ବୃଦ୍ଧି କାରଣରୁ ଜନସାଧାରଣଙ୍କ ପକେଟ ଓ ପେଟକୁ ମାଡ଼ ପଡ଼ୁଛି । ତେବେ ଜନସାଧାରଣଙ୍କ ପକେଟରୁ ଟଙ୍କା ଚୋରି କରି କୋରୋନା ସହିତ ଲଢ଼ିବାର ହୀନ ପ୍ରୟାସ ବନ୍ଦ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆପ୍ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।