ବରଗଡ:ଆସନ୍ତା ମାସରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ନିର୍ବାଚନରେ ଆମ ଆଦମୀ ପାର୍ଟି ପ୍ରଥମ ଥର ପାଇଁ ବରଗଡ଼ ଜିଲ୍ଲାରେ ତିନୋଟି ଜିଲ୍ଳା ପରିଷଦ ଜୋନ ପାଇଁ ପ୍ରାର୍ଥୀ ଦେଇଛି ।
ବରଗଡ଼ ୨ରୁ ମରିୟମ ବାର୍ଲା, ବରଗଡ଼ ୩ରୁ ଖିରେଶ୍ୱର ସେଠ, ରାଜ ବୋଡାସମ୍ବର ୧ରୁ ପୌଲସ୍ତ୍ୟ ସାହା ପ୍ରାର୍ଥୀ ହୋଇଛନ୍ତି । ଏଥର ଏକ ପ୍ରସଙ୍ଗ ଭିତ୍ତିକ ରାଜନୀତି କରିବ ବୋଲି ଆମ ଆଦମୀ ଦଳ ପକ୍ଷରୁ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ବିଳନୀରେ କୁହାଯାଇଛି । ଦିଲ୍ଲୀ ସରକାରଙ୍କ କ୍ରାନ୍ତିକାରୀ କାମ ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ପାଣି ସହ ୨୦୦ ୟୁନିଟ ବିଜୁଳି ଫ୍ରି, ରୋଜଗାର, ମହିଳା ମାନଙ୍କୁ ବସ ସେବା ଫ୍ରି , ବାର୍ଦ୍ଧକ୍ୟ ଭତ୍ତା ୨୦୦୦ ଟଙ୍କା, ଚାଷୀଙ୍କୁ ଫସଲ କ୍ଷତି ପୂରଣ ହେକ୍ଟର ପିଛା ୫୦ ହଜାର ଟଙ୍କା ପ୍ରଦାନ ସହିତ ଅନେକ ପ୍ରସଙ୍ଗକୁ ନେଇ ଆପ ନିର୍ବାଚନ ପ୍ରଚାର କରିବ ବୋଲି ସୂଚନା ଦିଆଯାଇଥିଲା ।