ବରଗଡ: ଗତ ୨୧ ଏପ୍ରିଲରେ ବରଗଡ ରେଲୱେ ଷ୍ଟେସନର ୱାଗନରେ ଚାଉଳ ଜାଗାରେ ଖୁଦ ପଠାଯାଉଥିବା ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କିମ୍ବା କ୍ରାଇମ ବ୍ରାଞ୍ଚ ତଦନ୍ତ କରାଯାଉ ବୋଲି ବରଗଡ ଆମ ଆଦମି ପକ୍ଷରୁ ଦାବି କରାଯାଇଛି । ବରଗଡ ଆମ ଆଦମିର ଏକ ପ୍ରତିନିଧି ଦଳ ବରଗଡ ଏଡିଏମ୍ ମିର୍ଧା ତୁଡୁଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରି ଏହି ଘଟଣାର ସଠିକ ଓ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛି ।
ଚାଉଳ ଘୋଟାଲାର ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ଆମ୍ ଆଦମି ପାର୍ଟି - AAP
ବରଗଡ ଆମ ଆଦମିର ଏକ ପ୍ରତିନିଧି ଦଳ ବରଗଡ ଏଡିଏମ୍ ମିର୍ଧା ତୁଡୁଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରି ଏହି ଘଟଣାର ସଠିକ ଓ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛି ।

ଚାଉଳ ଘୋଟାଲାର ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ଆମ୍ ଆଦମି ପାର୍ଟି
ଚାଉଳ ଘୋଟାଲାର ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ଆମ୍ ଆଦମି ପାର୍ଟି
ବର୍ତ୍ତମାନ କୋରୋନା ମହାମାରୀ ପାଇଁ ଓଡିଶାରୁ ପ୍ରଚୁର ମାତ୍ରାରେ ଚାଉଳ ପଶ୍ଚିମବଙ୍ଗକୁ ଯାଉଥିବା ବେଳେ ଏଥିରେ ବଡ ଧରଣର ଘୋଟାଲା ସାମ୍ନାକୁ ଆସିଥିଲା । କେନ୍ଦପାଳି ସ୍ଥିତ ପଣ୍ୟାଗାରରୁ ଚାଉଳ ଟ୍ରକ ମାଧ୍ୟମରେ ରେଲୱେ ଷ୍ଟେସନ ଆସିବା ବାଟରେ ଏହା ଖୁଦ ବସ୍ତାରେ ପରିଣତ ହୋଇଯାଇଥିଲା ଏବଂ ଏହି ଘଟଣାରେ ବିଭାଗୀୟ ଅଧିକାରୀ, ପରିବହନ ସଂସ୍ଥା ଓ ବଡବଡିଆ ଲୋକଙ୍କ ହାତଥିବା ବେଳେ ଏହି ଘଟଣାରେ ଆନ୍ତରାଜ୍ୟ ସମ୍ପୃକ୍ତି ରହିଥିବାରୁ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଏଥିରେ ମହାଘୋଟାଲାର ସତ୍ୟାସତ୍ୟ ସାମନାକୁ ଆସିବ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ