ବରଗଡ଼:ବରଗଡ଼ ଭଟଲି ଛକ ନିକଟସ୍ଥ ସାଇ ମନ୍ଦିର ସମ୍ମୁଖ ରାସ୍ତା କଡ଼ରେ ଏକ ଗଛରେ ଜଣେ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ତେବେ ଏହା ଏକ ହତ୍ୟାକାଣ୍ଡ ଘଟଣା ବୋଲି ସନ୍ଦେହ କରୁଛନ୍ତି ଲୋକେ । ଅର୍ଦ୍ଧ ଝୁଲନ୍ତା ଅବସ୍ଥାରେ ମୃତଦେହଟି ଉଦ୍ଧାର କରାଯାଇଥିବା ବେଳେ ହତ୍ୟା କରି ଆତ୍ମହତ୍ୟା ରୂପ ଦେବା ପ୍ରୟାସ କରିଥିବା ଅନୁମାନ କରାଯାଉଛି ।
ତେବେ ମୃତ ମହିଳା ହେଉଛନ୍ତି ବର୍ଷା ମହାପାତ୍ର(୨୩) ବୋଲି ଜଣାପଡ଼ିଛି । ମୃତ ମହିଳାଙ୍କ ଘର ଟାଉନ ଥାନା ଅନ୍ତର୍ଗତ ରୁହୁଣିଆ ଗ୍ରାମର ହୋଇଥିବା ବେଳେ ସେ ତାଙ୍କ ସ୍ୱାମୀଙ୍କ ସହିତ ତଲିପଡା ସ୍ଥିତ ବାଲିଟିକିରା ଠାରେ ରହୁଥିଲେ । ତେବେ ଗତକାଲିଠାରୁ ସେ ନିଖୋଜ ଥିବା ଟାଉନ ଥାନାରେ ତାଙ୍କ ସ୍ୱାମୀ ଲିଖିତ ଅଭିଯୋଗ କରିଥିଲେ ।