ବରଗଡ଼: ଜିଲ୍ଲାରେ ସୋମବାର ପୁଣି ୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାସ ଗଣମାଧ୍ୟମଙ୍କୁ ଏହି ସୂଚନା ପ୍ରଦାନ କରିଛନ୍ତି । ତେବେ କୋରୋନା ଆକ୍ରାନ୍ତ ମଧ୍ୟରୁ ସୁସ୍ଥ ହୋଇଥିବା ୬ ଜଣଙ୍କ ମଧ୍ୟରେ ଭେଡେନ ବ୍ଲକ ବଡ଼ପିପିଲିପାଲି ଗ୍ରାମର 4 ଜଣ ଓ ଭଟଲି ବ୍ଲକ ସୁଲୁସୁଲିଆ ଓ ନଳୀଚୁଆଁ ଗ୍ରାମର ଜଣେ ଲେଖାଏଁ ରହିଛନ୍ତି।
ପୂର୍ବରୁ ବରଗଡ ଜିଲ୍ଲାର ୨ ଜଣ ସୁସ୍ଥ ହୋଇଥିବା ବେଳେ ସୋମବାର ୬ ଜଣ ସୁସ୍ଥ ହୋଇଛନ୍ତି । ଫଳରେ ଜିଲ୍ଲାରେ ସମୁଦାୟ ୮ ଜଣ ସୁସ୍ଥ ହୋଇଥିବା ଜଣାପଡିଛି। ବରଗଡ଼ ଜିଲ୍ଲାରେ ସମୁଦାୟ ୧୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସମୁଦାୟ ୮ ଜଣ ସୁସ୍ଥ ହୋଇଥିବା ବେଳେ ୮ ଜଣ ସଂକ୍ରମିତ ଏବେ ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।