ବରଗଡ: ବର୍ଷକୁ ଥରେ ଖୋଜା ପରେ ସାକରପେଟି । ଫଗୁଣ ମାସର ପୂର୍ଣ୍ଣିମା ତିଥିରେ ଏହାର ଚାହିଦା କାହିଁ ରେ କେତେ । ହେଲେ ଏହି ସାକରପେଟି ଏବେ ସ୍ବପ୍ନ ପାଲଟିଛି । ରାଜ୍ୟର ମାତ୍ର ଗୋଟିଏ ଜିଲ୍ଲାରେ ତିଆରି ହେଉଛି ସାକରପଟି ମିଷ୍ଟାନ । ଫଳରେ ଏବେ ବୁଡିବାକୁ ବସିଛି ସାକରପଟି ବେଉସା ।
ଫାଲୁଗନ ମାସର ଦୋଳ ପୂର୍ଣ୍ଣମା ଦିନ ଏହି ସାକରପେଟିର ଚାହିଦା ରହିଥାଏ । ଦୋଳ ପୂର୍ଣ୍ଣିମାରେ ରାଧା ମାଧବ ଘର ଘର ବୁଲି ବୁଲି ଭୋଗ ଖାଇଥାନ୍ତି । ଦୋଳମଣ୍ଡପରେ ଠାକୁର ରଙ୍ଗ ଖେଳିବା ପରେ ଲାଗି ହୁଏ ଆମ୍ବ, ଚଣା, ଗୁଡ ଓ ସାକରପଟି ଭୋଗ । ଏହି ଫାଲଗୁନ ପୂର୍ଣ୍ଣିମାରେ ପଶ୍ଚିମ ଓଡିଶାର ମନ୍ଦିରମାନଙ୍କରେ ଭୋଗ ଲାଗି ହୁଏ ସାକରପଟି । କେବଳ ସେତିକି ନୁହେଁ ଚୈତ୍ର ମାସ ଦେବୀ ମା’ଙ୍କ ମାସ ହୋଇଥିବାରୁ ମନସ୍କାମନା ପାଇଁ ଲୋକେ ମାଆଙ୍କ ନିକଟରେ ସାକର ଓ ପଲାସ ଦେଇ ପ୍ରସନ୍ନ କରନ୍ତି।
ସେପଟେ, ଆଜିକା ଦିନରେ କେବଳ ବରଗଡ ଜିଲ୍ଲାକୁ ଛାଡି ଦେଲେ ଆଉ କେଉଁଠି ଦେଖିବାକୁ ମିଳେ ନାହିଁ ସାକର । ଜିଲ୍ଲାର ଲସ୍ତଲା ଗାଁର ମାତ୍ର 3 ଗୁଡିଆ ସମ୍ପ୍ରଦାୟର ପରିବାର ଏହି ନିଆରା ବୃତ୍ତିକୁ ବଞ୍ଚାଇ ରଖିଛନ୍ତି । ସାକରପଟି ମୁଖ୍ୟତଃ ଗୁଡରେ ପ୍ରସ୍ତୁତ ହୋଇଥାଏ । ଏହାକୁ ପ୍ରସ୍ତୁତ କରିବା ଅତ୍ୟନ୍ତ ସମୟସାପେକ୍ଷ ଓ କଷ୍ଟକର ମଧ୍ୟ ।