ଓଡିଶା

odisha

ETV Bharat / state

ଗୁଳିକାଣ୍ଡରେ ଯୁବକଙ୍କ ମୃତ୍ୟୁ, ହତ୍ୟା ସନ୍ଦେହ - bargarh

ବରଗଡ ଜିଲ୍ଲାରେ ଗୁଳିକାଣ୍ଡ ଘଟି ଜଣେ ଯୁବକର ମୃତ୍ୟୁ ଘଟିଛି । ସନ୍ଦେହ ଘେରରେ ଯୁବକର ମୃତ୍ୟୁ ହୋଇଥିବାବେଳେ ପୋଲିସର ଖୋଳତାଡ ଆରମ୍ଭ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

By

Published : Jun 22, 2019, 4:10 PM IST


ବରଗଡ଼: ଜିଲ୍ଲାରେ ପୁଣି ଗୁଳିକାଣ୍ଡ ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଗତ ବିଳମ୍ବିତ ରାତିରେ ଅମ୍ବାଭୋନା ଥାନା ଅନ୍ତର୍ଗତ କଲମୀ ଗାଁରେ ଗୁଳିକାଣ୍ଡ ଘଟିଥିଲା । ମୃତକ ଜଣକ ରାକେଶ ବେହେରା ନାମକ(24) ବର୍ଷୀୟ ଯୁବକ । ତେବେ ମୃତ୍ୟୁର କାରଣ ଜଣାପଡିନଥିବାବେଳେ ହତ୍ୟା ସନ୍ଦେହ କରୁଛନ୍ତି ପରିବାର ଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ଼


ମୃତ ରାକେଶ ଜଣେ ଡ୍ରାଇଭର ହୋଇଥିବାବେଳେ ଘଟଣା ଦିନ ମାମୁଁ ଘରକୁ ଯାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବାବେଳେ ମାମୁଁ ଘରେ ଲୋକେ ଏହାକୁ ଆତ୍ମହତ୍ୟା କହୁଛନ୍ତି । କିନ୍ତୁ ଘଟଣାସ୍ଥଳରୁ କୌଣସି ବନ୍ଧୁକ ମିଳିନଥିବାବେଳେ ଏହାକୁ ହତ୍ୟାକାଣ୍ଡ ସନ୍ଦେହ କରୁଛି ପୋଲିସ । ଅନ୍ୟପଟେ, ରାକେଶକୁ ପିଲାଦିନରୁ ପୌଷପୁତ୍ର କରି ରଖିଥିବା ଅମ୍ବାଭୋନା ଗାଁର ତାରାଚନ ବେହେରା ଏହି ହତ୍ୟାକାଣ୍ଡ ଘଟଣାରେ "ଟିଆଁ " ନାମକ ଜଣେ କୁଖ୍ୟାତ ଅପରାଧୀର ହାତଥିବା ସନ୍ଦେହ କରୁଛନ୍ତି ।

ସେପଟେ, ମୃତଦେହକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ପଠାଇଥିବାବେଳେ ଘଟଣାର ତନାଘନା କରୁଛି ପୋଲିସ ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details