ଓଡିଶା

odisha

ETV Bharat / state

ବରଗଡରେ ହୋଟେଲ ମିସ୍ତ୍ରୀଙ୍କୁ ବିଭତ୍ସ ହତ୍ୟା - a man murder in burgarh

ବରଗଡରେ ହୋଟେଲ ମିସ୍ତ୍ରୀଙ୍କୁ ବିଭତ୍ସ ହତ୍ୟା । କାରଣ ଅସ୍ପଷ୍ଟ, ପୋଲିସର ଛାନଭିନ ଆରମ୍ଭ । ଅଧିକ ପଢନ୍ତୁ...

a man murder in burgarh,   police started investigation
ବରଗଡରେ ହୋଟେଲ ମିସ୍ତ୍ରୀଙ୍କୁ ବିଭତ୍ସ ହତ୍ୟା

By

Published : Apr 29, 2020, 8:26 PM IST

ବରଗଡ: ହୋଟେଲ ମିସ୍ତ୍ରୀଙ୍କୁ ବିଭତ୍ସ ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡରେ । ସୋହେଲା ଥାନା ଲୁହୁରାଚଟି ଗାଁର ରଜନୀକାନ୍ତ ଠେଟୁଆର ନାମକ ଜଣେ ହୋଟେଲ ମିସ୍ତ୍ରୀ ଭାବେ ଏକ ହୋଟେଲରେ କାମ କରୁଥିଲେ । ମାତ୍ର ବର୍ତ୍ତମାନ ଲକଡାଉନ କାରଣରୁ ହୋଟେଲ ବନ୍ଦ ଥିବାରୁ ସେ ଘରେ ରହୁଥିଲେ | ମଙ୍ଗଳବାର ଦିନ ସାଇକେଲ ନେଇ ଘରୁ ବାହାରି ଥିବା ବେଳେ ରାତିରେ ଆଉ ସେ ଘରକୁ ଫେରି ନଥିଲେ ।

ବରଗଡରେ ହୋଟେଲ ମିସ୍ତ୍ରୀଙ୍କୁ ବିଭତ୍ସ ହତ୍ୟା

ହେଲେ, ବୁଧବାର ସକାଳୁ ଗାଁର ଜଣେ ବ୍ୟକ୍ତି ରଜନୀକାନ୍ତର ମୃତ ଦେହ ଓଡିଶା ଓ ଛତିଶଗଡ଼ ସୀମାନ୍ତରେ ପଡିଥିବାର ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ | ପରିବାର ଲୋକେ ସୋହେଲା ଥାନାରେ ଅଭିଯୋଗ କଲାପରେ ଘଟଣା ସ୍ଥଳକୁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ ଓ ଡଗ ସ୍କ୍ବାଡ ସହାୟତାରେ ଅଧିକ ତଦନ୍ତ ଚଳାଇଥିବା ବେଳେ ଶବକୁ ବ୍ୟବଛେଦ ପାଇଁ ବରଗଡ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।

ବରଗଡରୁ ରାଜେସ ସରାପ ଇଟିଭି ଭାରତ

ABOUT THE AUTHOR

...view details