ବରଗଡ଼:କ୍ୟାନ୍ସର ରୋଗରେ ଆଖି ହରାଇଲା 5 ବର୍ଷର କୁନି ଶିଶୁ । ଆଖିରେ କ୍ୟାନ୍ସର ହେବା କାରଣରୁ ଜୀବନ ବଞ୍ଚାଇବାକୁ ଆଖି ସିନା କାଢି ଦିଆଗଲା, ମାତ୍ର ଏବେ ଗରିବ ମା’ ବାପାଙ୍କ ପାଖରେ ଆଉ ସମ୍ବଳ ନାହିଁ ଶିଶୁଟିକୁ ଭୁବନେଶ୍ବରସ୍ଥିତ ଡାକ୍ତରଖାନାକୁ ରୁଟିନ ଚେକଅପ ପାଇଁ ନେବାକୁ । ଶେଷରେ ଗରିବ ମା’ ବାପା ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ ହୋଇଛନ୍ତି । ଅନ୍ୟପଟେ ଶିଶୁର ସହାୟତା ପାଇଁ ବାପା ନେହୁରା ହୋଇ ଜନସାଧାରଣଙ୍କୁ ଗୁହାରି କରିଛନ୍ତି ।
ତେବେ ବରଗଡ଼ ନିର୍ବାଚନ ମଣ୍ଡଳୀ ତଥା ବରପାଲି ବ୍ଲକ କୁସନପୁରୀ ଗ୍ରାମର ବିବେକ ବାଗ ଓ ମିନତୀ ବାଗଙ୍କ 5 ବର୍ଷର କୁନି ଶିଶୁ ଆଖିରେ କ୍ୟାନ୍ସର ହେବାରୁ ବହୁ କଷ୍ଟରେ ଅର୍ଥ ଯୋଗାଡ କରି ଚିକିତ୍ସା କରାଇଥିଲେ । ରାସ୍ତା କଡରେ ଜଳଖିଆ ଦୋକାନ କରି ପରିବାର ପୋଷଣ କରୁଥିବା ବିବେକ ଘରର ସର୍ବସ୍ବ ବିକ୍ରି କରିଦେଇ ଶିଶୁଟିର ଅସ୍ତ୍ରୋପଚାର ଓ କେମୋ ଚିକିତ୍ସା କରାଇଥିଲେ ଭୁବନେଶ୍ବରସ୍ଥିତ ଏମସ ହସ୍ପିଟାଲରେ ।