ବରଗଡ:ବରଗଡ ମୁଖ୍ୟ ଚିକିତ୍ସାଳୟର ନିକଟରେ ଅସହାୟ ରୋଗୀ ଗୁରୁତର ଅବସ୍ଥାରେ ପଡି ରହିଥିଲେ ବି ଦେଖୁ ନାହାନ୍ତି କେହି । ମେଡିକାଲ କର୍ତ୍ତୃପକ୍ଷଙ୍କ ନଜର ମଧ୍ୟ ପଡୁନି । ସାଧାରଣ ଲୋକ କୋରୋନା ଭୟରେ କେହି ପାଖ ବି ମାଡୁ ନାହାଁନ୍ତି ।
ମହାନତା ଦେଖାଇଲା ସଂକଳ୍ପ ପରିବାର, ଅସହାୟ ରୋଗୀକୁ ଉଦ୍ଧାର କରି କଲା ଚିକିତ୍ସା - ମହାନତା ଦେଖାଇଲା ସଂକଳ୍ପ ପରିବାର
ବରଗଡର ସଂକଳ୍ପ ପରିବାରର ମହାନତା । ଅସହାୟ ରୋଗୀଙ୍କୁ ଉଦ୍ଧାର କରି ଚିକିତ୍ସା କଲା ସଂକଳ୍ପ ପରିବାର । ନିଃସ୍ଵାର୍ଥପର ଜନସେବାକୁ ପ୍ରଶଂସା କଲେ ବହୁ ବୁଦ୍ଧିଜୀବୀ । ଅଧିକ ପଢନ୍ତୁ....
ଅସହାୟ ରୋଗୀଙ୍କୁ ଉଦ୍ଧାର କରି ଚିକିତ୍ସା କଲା ସଂକଳ୍ପ ପରିବାର
ଅସହାୟ ରୋଗୀଙ୍କୁ ଉଦ୍ଧାର କରି ଚିକିତ୍ସା କଲା ସଂକଳ୍ପ ପରିବାର
ତେବେ ଏହି ଘଟଣାର ଖବର ପାଇ ବରଗଡର ସଂକଳ୍ପ ପରିବାର ସେଠାକୁ ପହଞ୍ଚି ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ଉଦ୍ଧାର କରିଥିଲା । ଆଉ ଚିକିତ୍ସା ମଧ୍ୟ କରାଇଥିଲେ । କୋରୋନା ମହାମାରୀ ସମୟରେ ସଂକଳ୍ପ ପରିବାରର ନିଃସ୍ଵାର୍ଥପର ଜନସେବାକୁ ପ୍ରଶଂସା କରୁଛନ୍ତି ବହୁ ବୁଦ୍ଧିଜୀବୀ । ପ୍ରକୃତରେ ମଣିଷର ମଣିଷତ୍ଵକୁ ବଞ୍ଚାଇ ରଖିଛନ୍ତି ଏହି ସ୍ଵେଚ୍ଛାସେବୀ ସଂଗଠନ ସଂକଳ୍ପ ପରିବାର ।
ବରଗଡରୁ ରାଜେସ ସରାପ ଇଟିଭି ଭାରତ
Last Updated : Oct 2, 2020, 7:49 AM IST