ବରଗଡ: ଏକ ପୋଲ ତଳେ ଗୁରୁତ୍ବର ଅବସ୍ଥାରେ ପଡିଥିବା ଜଣେ ଯୁବତୀଙ୍କୁ ଉଦ୍ଧାର କଲା ବରଗଡର ସଂକଳ୍ପ ପରିବାର । ହତ୍ୟା ଉଦ୍ଦେଶ୍ୟରେ ପୋଲ ତଳକୁ ଫିଙ୍ଗି ଦିଆଯାଇଥିବା ଅନୁମାନ କରାଯାଉଛି । ତେବେ ସୌଭାଗ୍ୟବଶତଃ ଗୁରୁତ୍ବର ଅବସ୍ଥାରେ ଯୁବତୀ ଜଣଙ୍କ ପୋଲ ତଳେ ପଡିରହିଥିଲେ ।
ଖବର ପାଇ ସଂକଳ୍ପ ପରିବାରର ସଦସ୍ୟ ମାନେ ଘଟଣା ସ୍ଥଳରୁ ଝିଅ ଟିକୁ ଉଦ୍ଧାର କରି ଡାକ୍ତରଖାନାକୁ ପହଞ୍ଚାଇଛନ୍ତି ।
ଦେଓଗାଁ ପୋଲ ତଳୁ ଗୁରୁତ୍ବର ଅବସ୍ଥାରେ ଯୁବତୀ ଉଦ୍ଧାର ସୂଚନା ଅନୁଯାୟୀ, ବରଗଡ ବ୍ଲକ ବରଡୋଲ ଗ୍ରାମପଞ୍ଚାୟତ ଦେଓଗାଁ ପୋଲ ତଳେ ଗୁରୁତର ଅବସ୍ଥାରେ ପଡ଼ିଥିବା ଜଣେ ଯୁବତୀଙ୍କୁ ସଂକଳ୍ପ ପରିବାର ଉଦ୍ଧାର କରି ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଟୁକୁର୍ଲ୍ଲାକୁ ଆଣିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।
ତାଙ୍କ ନିକଟରୁ ଉଦ୍ଧାର ହୋଇଥିବା ଆଧାର କାର୍ଡରୁ ଯୁବତୀ ଜଣଙ୍କ ଘର ଛତିଶଗଡରେ ବୋଲି ଜଣାପଡିଛି । ପେଣ୍ଡରୀ, ରାଜନନ୍ଦଗାଓ, ଭାନପୁରୀ ଗ୍ରାମର 11 ନମ୍ବର ୱାର୍ଡ ବାବୁଲୁ ସିଂହ ଙ୍କର ଝିଅ ବୋଲି ଆଧାର କାର୍ଡରୁ ଜଣାପଡିଛି । ପରିବାର ଲୋକଙ୍କୁ ସୂଚନା ଦିଆଯିବା ନେଇ ସ୍ଥାନୀୟ ପ୍ରଶାସନ ପ୍ରୟାସ କରୁଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ