ଓଡିଶା

odisha

ETV Bharat / state

ବିଜେଡିରେ ମିଶିଲେ ବରଗଡ଼ର 9 ଜିଲ୍ଲା ପରିଷଦ ସଭ୍ୟ

ବିଜେପିରେ ଅସନ୍ତୁଷ୍ଟ 9 ଜଣ ଜିଲ୍ଲା ପରିଷଦ ସଭ୍ୟ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ମନମୁଖୀ କାର୍ଯ୍ୟ ସହ ବିକାଶ ବିରୋଧ ଓ ନୀତିହୀନ କାରଣରୁ ଦଳ ଛାଡିଛନ୍ତି । ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବିଜୟ ରଞ୍ଜନ ସିଂ ବରିହାଙ୍କ ଉପସ୍ଥିତିରେ ବିଜେଡି ସାମିଲ ହୋଇଛନ୍ତି ।

By

Published : Mar 29, 2019, 11:29 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ନିର୍ବାଚନ ସମୟ ପାଖେଇ ଆସିବା ସହ ବରଗଡ଼ ଜିଲ୍ଲାର ରାଜନୀତିରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି । ବିଜେଡ଼ି ବିରୋଧରେ ମାତିଥିବା ବିଜେପି ଦଳର କର୍ମୀ ଓ ନେତାଙ୍କ ମତିଗତି ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି । ଯାହାର ପ୍ରମାଣ ସ୍ୱରୂପ ଶୁକ୍ରବାର ବରଗଡ ଜିଲ୍ଲାର 9 ଜଣ ଜିଲ୍ଲା ପରିଷଦ ସଭ୍ୟ ଓ ଜିଲ୍ଲାର ଉପସଭାପତି ବିଜେପି ଦଳରୁ ଇସ୍ତାଫା ଦେଇଛନ୍ତି । ସେମାନେ ନିଜ ନିଜ ଇସ୍ତଫା ପତ୍ର ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କୁ ପଠାଇଥିବା ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବିଜେପି ନିଜ କାର୍ଯ୍ୟରେ ମନମୁଖୀ ହେବା ସହ ବିକାଶ ବିରୋଧୀ ଓ ନୀତିହୀନ ହୋଇପଡିଥିବା ସୂଚନା ଦେଇଛନ୍ତି ପ୍ରତିନିଧିଗଣ । ପଞ୍ଚାୟତ ନିର୍ବାଚନରେ ବିଜେପି ଦଳ 25 ଜଣ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦ ହାତେଇଥିବା ବେଳେ ବର୍ତ୍ତମାନ 9 ଜଣ ଜିଲ୍ଲା ପରିଷଦ ମେମ୍ବର ବିଜେପିରୁ ବିଦାୟ ନେଇଛନ୍ତି ।

ଚଳିତ ନିର୍ବାଚନରେ ଦଳ ଅଦଳବଦଳ ନୀତି ଚାଲିଥିବା ବେଳେ ବିଜେପିର ୯ ଜଣ ଜିଲ୍ଲାପରିଷଦ ସଭ୍ୟସଭ୍ୟା ଦଳ ଛାଡିବା ଘଟଣା ବରଗଡ ରାଜନୀତିରେ ରୋଚକ ସ୍ଥିତି ସୃଷ୍ଟି କରିଛି । ଆଉ ବିଜେପି ଛାଡି ବିଜେଡିରେ ଯୋଗ ଦେବା ମାମଲାକୁ ଆହୁରି ସଙ୍ଗୀନ କରିଛି ।

ଆଜି ପଦ୍ମପୁର ଠାରେ ବିଜେଡିର ଜିଲ୍ଲା ସଭାପତି ତଥା ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବିଜୟ ରଞ୍ଜନ ସିଂ ବରିହାଙ୍କ ଉପସ୍ଥିତିରେ ୯ ଜଣ ଜିଲ୍ଲା ପରିଷଦ ସଭ୍ୟସଭ୍ୟା ଦଳରେ ସାମିଲ ହୋଇଛନ୍ତି । ବିଜେପିର ଜିଲ୍ଲା ଉପସଭାପତି ପ୍ରଶାନ୍ତ କୁମାର ମାଝୀ , ସଞ୍ଜୁକ୍ତା ମାଝି , ଅଞ୍ଜଲି ଭୋଇ , ସୁଜାତା ବାରିକ , ବିଳସିନୀ ମେହେର , ବିଶ୍ବକନ୍ତି ଭୋଇ , ସୁଷମା ଭୁଏ , ପାର୍ବତୀ ଭୋଇ , ପଞ୍ଚାନନ ମିର୍ଧା ଓ ଉମେଶ ଚନ୍ଦ୍ର ବେହେରା ବିଜେଡି ଦଳରେ ଯୋଗ ଦେଇଛନ୍ତି । ଏଥିସହିତ ନିର୍ବାଚନରେ ବିଜେଡି ଦଳ ପାଇଁ ପ୍ରଚାର କରିବାକୁ ମଧ୍ୟ ସଂକଳ୍ପ ବଦ୍ଧ ।

ସୂଚନାନୁସାରେ, ବରଗଡ ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ଗୁଡିକରେ ବିଜେପି ଦଳର ଟିକେଟ ବଣ୍ଟନକୁ ନେଇ କର୍ମୀ ତଥା ସମର୍ଥକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇନଥିଲା । କିନ୍ତୁ ବରଗଡ ଲୋକସଭା ପାଇଁ ସୁବାଷ ଚୌହାନଙ୍କୁ ଟିକେଟ ନଦେବା ଓ ପର ମୁହୂର୍ତ୍ତରେ ଚୌହାନ ବିଜେପି ଦଳ ଛାଡି ବିଜେଡିରେ ସାମିଲ ହେବେ ଘଟଣା ବିଜେପିକୁ ମହଙ୍ଗା ପଡିଛି । ଯାହାର ପ୍ରତିକ୍ରିୟା ବର୍ତ୍ତମାନ ଦେଖିବାକୁ ମିଳିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details