ବରଗଡ:ପ୍ରବାସୀ ଶ୍ରମିକଙ୍କୁ ସାହା ହେଲେ ଟ୍ଵିଟର ଗାର୍ଲ ଦୀପା ବାରିକ । ସୁଦୂର କର୍ଣ୍ଣାଟକରେ ଫସି ରହିଥିବା ୯ ଜଣ ଶ୍ରମିକଙ୍କୁ ଉଦ୍ଧାର କଲେ ଦୀପା । ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଭୁତମୁଣ୍ଡା ଗ୍ରାମର କିଛି ପ୍ରବାସୀ ଶ୍ରମିକ ନିଜ ପେଟପାଟଣା ପାଇଁ କର୍ଣ୍ଣାଟକ ରାଜ୍ୟ ମାଣ୍ଡୟା ଜିଲ୍ଲା କୁର୍ଲୁବାହଲ ଗ୍ରାମକୁ ଯାଇ କାର୍ଯ୍ୟ କରୁଥିଲେ । ସେଠାରେ ସେମାନଙ୍କୁ କିଛି ଦିନ ହେଲା ରୀତିମତ ଭାବେ ନିର୍ଯାତନା ଦିଆଯାଉଥିବାବେଳେ ବହୁ କଷ୍ଟରେ ସେମାନେ ବରଗଡରେ ଥିବା ତାଙ୍କ ପରିବାର ଲୋକଙ୍କୁ ଖବର ଦେଇ ସେଠାରୁ ତାଙ୍କୁ ଉଦ୍ଧାର କରିବାକୁ ଜଣାଇଥିଲେ ।
ଟ୍ଵିଟର ଗାର୍ଲ ଦୀପାଙ୍କ କମାଲ: କର୍ଣ୍ଣାଟକରେ ଫସିଥିବା ବରଗଡ଼ର ୯ ଶ୍ରମିକ ଉଦ୍ଧାର - ଟ୍ଵିଟର ଗାର୍ଲ ଦୀପାଙ୍କ ମହାନତା
ପ୍ରବାସୀ ଶ୍ରମିକଙ୍କୁ ସାହା ହେଲେ ଟ୍ଵିଟର ଗାର୍ଲ ଦୀପା ବାରିକ । ସୁଦୂର କର୍ଣ୍ଣାଟକରେ ଫସି ରହିଥିବା ୯ ଜଣ ଶ୍ରମିକଙ୍କୁ ଉଦ୍ଧାର କଲେ ଦୀପା । ଅଧିକ ପଢନ୍ତୁ
ପ୍ରବାସୀ ଶ୍ରମିକଙ୍କ ପରିବାର ବର୍ଗ ଟ୍ୱିଟର ଗାର୍ଲ ଦୀପା ବାରିକଙ୍କୁ ଖୋଜି ଖୋଜି ତାଙ୍କ ଗାଁ ଟେମରୀକୁ ଏକ ବୋଲେରୋ ଗାଡ଼ି ମାଧ୍ୟମରେ ଯାଇଥିବାବେଳେ ଦୀପା ଉକ୍ତ ପ୍ରବାସୀ ଶ୍ରମିକଙ୍କ ଆଶା ଏବଂ ଭରସାକୁ ଭାଙ୍ଗି ନଥିଲେ । କର୍ଣ୍ଣାଟକରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ଉଦ୍ଧାର ପାଇଁ କର୍ଣ୍ଣାଟକ ରାଜ୍ୟ ସରକାର ଏବଂ ଓଡ଼ିଶା ସରକାରଙ୍କ ଶ୍ରମ ବିଭାଗକୁ ଟ୍ୱିଟର ମାଧ୍ୟମରେ ଅନୁରୋଧ କରିଥିଲେ । ଏହାର ପ୍ରଭାବରେ କର୍ଣ୍ଣାଟକ ରାଜ୍ୟ ଶ୍ରମ ବିଭାଗ ତତ୍ପରତା ପ୍ରକାଶ କରିବା ସହ ଦୀପାଙ୍କୁ ପ୍ରବାସୀ ଓଡିଆଙ୍କ ଯୋଗାଯୋଗ ନମ୍ବର ମାଗି ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । କିଛି ସମୟ ମଧ୍ୟରେ ପୋଲିସ ଦଳ ଘଟଣାସ୍ଥଳକୁ ଯାଇ ପଚରାଉଚୁରା କରି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଶେଷରେ ୪ ଘଣ୍ଟା ମଧ୍ୟରେ ୯ ଜଣ ଶ୍ରମିକଙ୍କୁ ଉଦ୍ଧାର କରି କର୍ଣ୍ଣାଟକର ରେଲୱେ ଷ୍ଟେସନକୁ ପହଞ୍ଚାଇ ବରଗଡକୁ ପଠାଇବାର ବ୍ୟବସ୍ଥା କରିଥିଲେ । ଦୀପାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଉଦ୍ଧାର ହୋଇଥିବା ଶ୍ରମିକ ଓ ତାଙ୍କ ପରିବାର ଲୋକେ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ