ଓଡିଶା

odisha

ETV Bharat / state

ଅଷ୍ଟମ ଦିନରେ ଧନୁଯାତ୍ରା; ଗୋପପୁରରେ ଅକ୍ରୁର, ମଥୁରାରେ କୃଷ୍ଣ ବଳରାମଙ୍କ ଅପେକ୍ଷାରେ କଂସ - 8th day dhanu yatra in bargarh

ବିଶ୍ବପ୍ରସିଦ୍ଧ ଧନୁଯାତ୍ରାର ଆଜି ଅଷ୍ଟମ ଦିନ । ଆଜି(ବୁଧବାର)  ମହାରାଜା କଂସଙ୍କ ଚିଠାଉ ନେଇ ମନ୍ତ୍ରୀ ଅକ୍ରୁର ଗୋପପୁରରେ ପହଞ୍ଚିଛନ୍ତି । ଯମୁନା ବାଲିରେ କୃଷ୍ଣପାଦ ଦର୍ଶନ କରି ଆତ୍ମବିଭୋର ହୋଇପଡିଛନ୍ତି । ଅଧିକ ପଢନ୍ତୁ...

dhanu yatra
ଅଷ୍ଟମ ଦିନରେ ଧନୁଯାତ୍ରା; ଗୋପପୁରରେ ଅକ୍ରୁର, ମଥୁରାରେ କୃଷ୍ଣ ବଳରାମଙ୍କ ଅପେକ୍ଷାରେ କଂସ

By

Published : Jan 8, 2020, 7:23 PM IST

ବରଗଡ: ବିଶ୍ବପ୍ରସିଦ୍ଧ ଧନୁଯାତ୍ରାର ଆଜି ଅଷ୍ଟମ ଦିନ । ଆଜି(ବୁଧବାର) ମହାରାଜା କଂସଙ୍କ ଚିଠାଉ ନେଇ ମନ୍ତ୍ରୀ ଅକ୍ରୁର ଗୋପପୁରରେ ପହଞ୍ଚିଛନ୍ତି । ଯମୁନା ବାଲିରେ କୃଷ୍ଣପାଦ ଦର୍ଶନ କରି ଆତ୍ମବିଭୋର ହୋଇପଡିଛନ୍ତି । ସେପଟେ ଗୋପପୁରରେ ଭଗବାନ ଶ୍ରୀକୃଷ୍ଣ ଗୋଟିଏ ପରେ ଗୋଟିଏ ଲୀଳା କରି ଚାଲିଥିବାବେଳେ ଦୁଇ ବିଷଧର ସର୍ପ ଶଙ୍ଖଚୂଡ ଓ ଚନ୍ଦ୍ରଚୂଡକୁ ବଧ କରିବା ସହ ବୃଦ୍ଧ ବ୍ରାହ୍ମଣକୁ ଚକ୍ଷୁଦାନ କରି ଶବରୀର ଅଇଁଠା କୋଳି ଖାଇଛନ୍ତି ।

ଅଷ୍ଟମ ଦିନରେ ଧନୁଯାତ୍ରା; ଗୋପପୁରରେ ଅକ୍ରୁର, ମଥୁରାରେ କୃଷ୍ଣ ବଳରାମଙ୍କ ଅପେକ୍ଷାରେ କଂସ

ଏପଟେ ମଥୁରାରେ ମହାରାଜ କଂସ, କୃଷ୍ଣ ଓ ବଳରାମଙ୍କ ଆସିବା ଖୁସିରେ ଆତ୍ମହରା ହୋଇଛନ୍ତି ଏବଂ ସ୍ବର୍ଗପୁରକୁ ଆକ୍ରମଣ କରି ଇନ୍ଦ୍ର ଓ ଯମରାଜାଙ୍କୁ ବନ୍ଦୀ କରିଛନ୍ତି । ଏହାସହ ମହାରାଜା କଂସ ଆୟୋଜନ କରିଛନ୍ତି ଛଳନାର ଯାତ୍ରା ଧନୁଯାତ୍ରା ଏବଂ ଏହି ଧନୁଯାତ୍ରା ଦେଖିବା ପାଇଁ ଆମନ୍ତ୍ରିତ କରିଛନ୍ତି ଭଣଜା କୃଷ୍ଣ-ବଳରାମଙ୍କୁ ।

ଅନ୍ୟପକ୍ଷରେ କ୍ରୋଧିତ ଇନ୍ଦ୍ରର ବର୍ଷାରୁ ଗୋପପୁରବାସୀଙ୍କୁ ରକ୍ଷାକରିବା ପାଇଁ ମୟାଧର ଶ୍ରୀକୃଷ୍ଣ ଗିରିଗୋବର୍ଦ୍ଧନ ଧାରଣ କରିଛନ୍ତି ତ ଆଉ କେତେବେଳେ ବୃଦ୍ଧ ଅନ୍ଧ ବ୍ରାହ୍ମଣଙ୍କୁ ଚକ୍ଷୁଦାନ କରି ଗୋପପୁରବାସୀଙ୍କୁ ଆଚମ୍ବିତ କରିଛନ୍ତି । ଠିକ୍ ଏତିକି ବେଳେ ଅକ୍ରୁର ମଧୁମଙ୍ଗଳଙ୍କ ସହ ଭେଟ ହୋଇ ଗୋପପୁରରେ ପହଞ୍ଚି ଆତ୍ମ ଚକିତ ହୋଇପଡିଛନ୍ତି ।

ସାରା ଗୋପପୁର ହୋଇଛି କୃଷ୍ଣମୟ, କୃଷ୍ଣ ବଳରାମଙ୍କୁ ଦେଖି ମନ୍ତ୍ରୀ ଅକ୍ରୁର ଆତ୍ମବିଭୋର ହୋଇପଡିଛନ୍ତି । ପରେ ଦୁଇ ଭାଇ କୃଷ୍ଣବଳରାମଙ୍କୁ ଧରି ଅକ୍ରୁର ନନ୍ଦରାଜା ଓ ନନ୍ଦରାଣୀଙ୍କୁ ଭେଟିଛନ୍ତି । ଧନୁଯାତ୍ରାର ଅଷ୍ଟମ ଦିନରେ ନୃସିଂହନାଥ ପୀଠରୁ ଆସିଥିବା ଭୋଗ କୃଷ୍ଣବଳରାମଙ୍କୁ ଅର୍ପଣ କରାଯାଇଛି ।

ଏପଟେ ମଥୁରାରେ ମହାରାଜା କଂସ ନଗର ଭ୍ରମଣ କରି ଦିଗବିଜୟରେ ବାହାରି ଥିବାବେଳେ ସ୍ବର୍ଗପୁରୀକୁ ଆକ୍ରମଣ କରି ଇନ୍ଦ୍ର ଓ ଯମରାଜାଙ୍କୁ ଯୁଦ୍ଧରେ ପରାସ୍ତ କରି ବନ୍ଦୀ କରିଛନ୍ତି । ଏହି ଖୁସୀରେ ରାଜ୍ୟ ତଥା ରାଜ୍ୟ ବାହାରର କଳାକାରଙ୍କ ଦ୍ବାରା ରାଜଦରବାରରେ ନୃତ୍ୟଗୀତର ଆୟୋଜନ କରିଥିଲେ । ସେହି ‘ଦୈବ ବାଣୀ ମହାରାଜ କଂସଙ୍କୁ ବ୍ୟଥିତ କରୁଥିବା ବେଳେ ଅପେକ୍ଷା କରି ରହିଛନ୍ତି ଅକ୍ରୁରଙ୍କ ଆସିବା ବାଟକୁ । କେତେବେଳେ କୃଷ୍ଣବଳରାମ ଆସିବେ ଏବଂ ନିଜ ହାତରେ ତାଙ୍କୁ ହତ୍ୟା କରି ଦୈବବାଣୀକୁ ଭୁଲ ପ୍ରମାଣିତ କରିବେ ମହାରାଜ କଂସ ।


ସେହିପରି ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାର ନବମ ଦିନରେ ମହାରାଜା କଂସଙ୍କ ନଗର ଭ୍ରମଣ । ଆମ୍ରବନରେ ଆରାଧନାରତ ଋଷିମୁନିଙ୍କ ଉପରେ ଅତ୍ୟାଚାର ଏବଂ ଗୋପପୁରରେ କୃଷ୍ଣବଳରାମଙ୍କ ସାଙ୍ଗରେ ନେଇ ଅକ୍ରୁରଙ୍କ ମଥୁରା ପ୍ରତ୍ୟାବର୍ତ୍ତନ ତଥା କୃଷ୍ଣବଳରାମଙ୍କୁ ବିଦାୟ ବେଳେ ଗୋପାଙ୍ଗନା ତଥା ଗୋପପୁରବାସୀ ଦୁଃଖରେ ମିୟମ୍ରାଣ ହୋଇପଡିଥିବା ଦୃଶ୍ୟ ଅଭିନୀତ ହେବ ।

ବରଗଡରୁ ରାଜେଶ ସରାପ୍‌, ଇଟିଭି ଭାରତ

ABOUT THE AUTHOR

...view details