ଓଡିଶା

odisha

ETV Bharat / state

ବରଗଡରେ ବଢୁଛି ନିଶା ମାଫିଆଙ୍କ ଦୌରାତ୍ମ୍ୟ: କଫ ସିରଫ ଜବତ, 2 ଗିରଫ - 750 cough syrup and 73 thausand rs seized by bargarh polic

କିଛିଦିନ ତଳେ ବରଗଡ ଜିଲ୍ଲା ବରପାଲି ଥାନାରେ ବ୍ୟାପକ କଫ ସିରଫ ଜବତ ହୋଇଥିବାବେଳେ ଆଜି ପୁଣି ବରଗଡ ଟାଉନ ଥାନା ପୋଲିସ ହାତରେ ଧରାପଡିଛି ବ୍ୟାପକ ନିଶା ସାମଗ୍ରୀ । ଟାଉନ ପୋଲିସ 2 ଜଣ ନିଶା ବେପାରୀଙ୍କୁ ମଧ୍ୟ ଗିରଫ କରିବାରେ ସଫଳ ହୋଇଛି । ଭ୍ୟାନରୁ 750 ବୋତଲ କଫ ସିରଫ, 800 ନାଇଟ୍ରୋଜେନ ଟ୍ୟାବଲେଟ, 800 ପେଣ୍ଟାଜୋସିନ ଇଞ୍ଜେକସନ, 73 ହଜାର ଟଙ୍କା, ଦୁଇଟି ମୋବାଇଲ ଫୋନ ଆଦି ଜବତ କରିଥିବା ଜଣାପଡିଛି ।

ବରଗଡରେ ବଢୁଛି ନିଶା ମାଫିଆଙ୍କ ଦୌରାତ୍ମ୍ୟ, 750 କଫ ସିରଫ ଓ 73 ହଜାର ଟଙ୍କା ଜବତ
ବରଗଡରେ ବଢୁଛି ନିଶା ମାଫିଆଙ୍କ ଦୌରାତ୍ମ୍ୟ, 750 କଫ ସିରଫ ଓ 73 ହଜାର ଟଙ୍କା ଜବତ

By

Published : Aug 3, 2020, 6:51 PM IST

ବରଗଡ: ଜିଲ୍ଲାରେ ଦିନକୁ ଦିନ ବଢିଚାଲିଛି ନିଶା ବେପାରୀଙ୍କ ଦୌରାତ୍ମ୍ୟ । ଗୋଟେପଟେ ବରଗଡ ପୋଲିସ କରୋନା ମୁକାବିଲା ପାଇଁ ବ୍ୟସ୍ତ ରହୁଥିବା ବେଳେ ଅନ୍ୟପଟେ ନିଶା ମାଫିଆମାନେ ଏହାର ଫାଇଦା ଉଠାଇ ଜୋରଦାର ଚଳାଇଛନ୍ତି ନିଶା କାରବାର । କିଛିଦିନ ତଳେ ବରଗଡ ଜିଲ୍ଲା ବରପାଲି ଥାନାରେ ବ୍ୟାପକ କଫ ସିରଫ ଜବତ ହୋଇଥିବାବେଳେ ଆଜି ପୁଣି ବରଗଡ ଟାଉନ ଥାନା ପୋଲିସ ହାତରେ ଧରାପଡିଛି ବ୍ୟାପକ ନିଶା ସାମଗ୍ରୀ । ଟାଉନ ପୋଲିସ 2 ଜଣ ନିଶା ବେପାରୀଙ୍କୁ ମଧ୍ୟ ଗିରଫ କରିବାରେ ସଫଳ ହୋଇଛି ।

ସୂଚନା ମୁତାବକ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ପୋଲିସ ଏକ ପିକଅପ ଭ୍ୟାନକୁ ସନ୍ଦେହରେ ଅଟକାଇଥିଲା । ପୋଲିସ ଏହି ଭ୍ୟାନକୁ ଛାନ୍‌ ଭିନ୍‌ କରିବା ପରେ ଉକ୍ତ ଭ୍ୟାନରେ 750 ବୋତଲ କଫ ସିରଫ, 800 ନାଇଟ୍ରୋଜେନ ଟ୍ୟାବଲେଟ, 800 ପେଣ୍ଟାଜୋସିନ ଇଞ୍ଜେକସନ, 73 ହଜାର ଟଙ୍କା, ଦୁଇଟି ମୋବାଇଲ ଫୋନ ଆଦି ଜବତ କରିଥିବା ଜଣାପଡିଛି ।

ତେବେ ପୋଲିସ ଉକ୍ତ ଭ୍ୟାନ ସହିତ 2 ଜଣଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି । ଅଭିଯୁକ୍ତ ଦୁଇ ଜଣ ବରଗଡ ଟାଙ୍ଗର ପଡାର ସରଜନ ତରିଆ ଓ ଡାଙ୍ଗ ଗ୍ରାମର ରୋହିତ ଭୋଇ ବୋଲି ଜଣାପଡିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details