ବରଗଡ଼: ଜିଲ୍ଲାର ସ୍ଥିତି ଖୁବ ଭୟାବହ ହେବାକୁ ଲାଗିଲାଣି ଏବଂ ପ୍ରଦିଦିନ କୋଭିଡ଼ ସଂକ୍ରମଣରେ ଅନେକ ରୋଗୀଙ୍କ ମୃତ୍ୟୁ ହେଉଥିବା ସତ୍ବେ ଏବେ ଯାଏଁ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିନାହିଁ । ବରଗଡ଼ରେ ସର୍ବାଧିକ ଗୋଟିଏ ଦିନରେ 511 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ପ୍ରତିଦିନ 300ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।
ତେବେ ବରଗଡ ଜିଲ୍ଲାରେ ସଂକ୍ରମଣ ବଢୁଥିବାବେଳେ କୋଭିଡ଼ ହସ୍ପିଟାଲରେ ନାଁ ଦିଆଯାଉଛି ଉତ୍ତମ ଚିକିତ୍ସା ନାଁ ଅଛି ଆବଶ୍ୟକତା ଅନୁଯାୟୀ ICU ଏବଂ ଭେଣ୍ଟିଲେଟର । ଫଳରେ ଚିକିତ୍ସା ଅଭାବରୁ ବହୁ ରୋଗୀଙ୍କ ମୃତ୍ୟୁ ହେଉଛି । ଆଜି ବରଗଡ କୋଭିଡ଼ ହସ୍ପିଟାଲରେ 9 ଜଣଙ୍କର ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଥିବାବେଳେ ଏକା ସାଙ୍ଗରେ 7 ଗୋଟି ମୃତଦେହ ଦାହ କରାଯାଇଥିଲା ପିପଳମୁଣ୍ଡାସ୍ଥିତ କୋଭିଡ଼ ସ୍ବର୍ଗଦ୍ବାରରେ ।