ଓଡିଶା

odisha

ETV Bharat / state

୬୦ତମ ସାହାଣୀ କପ ଫୁଟବଲ: ସୁନ୍ଦରଗଡ ଚମ୍ପିଆନ - ସାହାଣୀ କପ ସୁନ୍ଦରଗଡ ଚମ୍ପିଆନ

ଶେଷ ହୋଇଛି ୬୦ତମ ସାହାଣୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଫାଇନାଲ ମୁକାବିଲାରେ ସୁନ୍ଦରଗଡ 2-0 ଗୋଲରେ ରାଉରକେଲାକୁ ହରାଇ ଚମ୍ପିଆନ ହୋଇଛି । ଆଗକୁ ପଢନ୍ତୁ...

ସୁନ୍ଦରଗଡ ଚମ୍ପିଆନ
ଫଟୋ ସୌଜନ୍ୟ: ସମ୍ବାଦଦାତା ବରଗଡ

By

Published : Dec 14, 2019, 12:52 AM IST

ବରଗଡ: ଡିସେମ୍ବର ୩ ତାରିଖରୁ ବରଗଡ଼ରେ ଖେଳାଯାଉଥିବା ୬୦ତମ ସାହାଣୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶେଷ ହୋଇଛି । ଫାଇନାଲ ମ୍ୟାଚରେ ବିଜୟୀ ହୋଇଛି ସୁନ୍ଦରଗଡ଼ । ଫାଇନାଲ ମୁକାବିଲାରେ ରାଉରକେଲାକୁ ୨ - ୦ ଗୋଲରେ ପରାସ୍ତ କରିଛି ସୁନ୍ଦରଗଡ ଟିମ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବରଗଡ
ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ୬୦ରୁ ଅଧିକ ଦଳ ଭାଗ ନେଇଥିଲେ । ତେବେ ବରଗଡ଼ରେ ସେମିଫାଇନାଲ ଖେଳରେ ସୁନ୍ଦରଗଡ଼ ଦଳ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା । ଅନ୍ୟପଟେ ଢେଙ୍କାନାଳରେ ଖେଳାଯାଇଥିବା 2ୟ ସେମିଫାଇନାଲରେ ରାଉରକେଲା ବିଜୟୀ ହୋଇ ଫାଇନାଲକୁ ଉନ୍ନିତ ହୋଇଥିଲା । ତେବେ ଉଭୟ ଦଳ ମଧ୍ୟରେ ଆଜି ବରଗଡ଼ ଲେଙ୍ଗୁମିଶ୍ର ସ୍ଥିତ ଖେଳପଡ଼ିଆ ଠାରେ ଫାଇନାଲ ମୁକାବିଲା ଖେଳାଯାଇଥିଲା । ଗ୍ୟାଲେରୀରେ ଫୁଟବଲ ପ୍ରେମୀଙ୍କ ଖଚାଖଚ ଭିଡ ଦେଖିବାକୁ ମିିଳିଥିଲା । ଦର୍ଶକ ମାନେ ଉଭୟ ଦଳର ଖେଳର ଭରପୁର ମଜା ଉଠାଇଥିଲେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details