ଓଡିଶା

odisha

ETV Bharat / state

ମତଦାନର ଅନ୍ତିମ ଦିନ: ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଲା ପିଙ୍କ୍ ବୁଥ

ବୁଧବାର ଶେଷ ପର୍ଯ୍ୟାୟର ମତଦାନ ପ୍ରକ୍ରିୟା ଶେଷ ହୋଇଛି । ଆଜିର ଶେଷ ପର୍ଯ୍ୟାୟ ମତଦାନରେ ବରଗଡ ବ୍ଲକର 27 ଗୋଟି ପଞ୍ଚାୟତର ସମୁଦାୟ 1 ଲକ୍ଷ 26 ହଜାର 997 ଭୋଟର ମତଦାନ କରିଛନ୍ତି ।

ମତଦାନର ଅନ୍ତିମ ଦିନ : ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଲା ପିଙ୍କ ବୁଥ
ମତଦାନର ଅନ୍ତିମ ଦିନ : ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଲା ପିଙ୍କ ବୁଥ

By

Published : Feb 24, 2022, 10:33 PM IST

ବରଗଡ: ଜିଲ୍ଲାରେ ଆଜି(ବୁଧବାର) ଶେଷ ପର୍ଯ୍ୟାୟର ମତଦାନ ପ୍ରକ୍ରିୟା ଶେଷ ହୋଇଛି । ଆଜିର ଶେଷ ପର୍ଯ୍ୟାୟ ମତଦାନରେ ବରଗଡ ବ୍ଲକର 27 ଗୋଟି ପଞ୍ଚାୟତର ସମୁଦାୟ 1 ଲକ୍ଷ 26 ହଜାର 997 ଭୋଟର ମତଦାନ କରିଛନ୍ତି । ତେବେ ଏହି ମତଦାନ ପାଇଁ ସମୁଦାୟ 361 ଗୋଟି ବୁଥରେ ମତଦାନର ଆୟୋଜନ କରାଯାଇଥିବା ବେଳେ 2 ଗୋଟି ପିଙ୍କ ବୁଥର ମଧ୍ୟ ଆୟୋଜନ କରାଯାଇଥିଲା ।

ମତଦାନର ଅନ୍ତିମ ଦିନ : ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଲା ପିଙ୍କ ବୁଥ

ବରଡୋଲ ପଞ୍ଚାଯତ ଠାରେ ପିଙ୍କ ବୁଥ ସହିତ ରହିଥିବା ଆଦର୍ଶ ବୁଥରେ ଖୁବ ସୁନ୍ଦର ସୁସଜ୍ଜିତ ଓ ସୁରକ୍ଷିତ ଭାବେ ମତଦାନ କରାଯାଇଥିଲା । ବରଗଡ଼ ବ୍ଲକରେ ପଞ୍ଚାୟତ ନିର୍ବାଚନର ମତଦାନ ହୋଇଯାଇଥିବା ବେଳେ ବରଡୋଳ ଗ୍ରାମପଞ୍ଚାୟତ ଠାରେ ଆୟୋଜିତ ହୋଇଥିଲା ପିଙ୍କ ବୁଥ ଯେଉଁ ବୁଥଟି କେବଳ ମହିଳା ମାନଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ଏହି ବୁଥଟି ରଙ୍ଗୋଲି ଓ ପିଙ୍କ କଲରର ବେଳୁନ ସହିତ ସଜ୍ଜିତ ହୋଇଥିଲା ।

ବୁଥ ଭିତରେ ରହିଥିବା ମହିଳା ପୋଲିଙ୍ଗ ଅଫିସର ଠାରୁ ଆରମ୍ଭ କରି ନିର୍ବାଚନ ପାଇଁ ନିୟୋଜିତ ସମସ୍ତ କର୍ମଚାରୀ ଏପରିକି ସୁରକ୍ଷା ପାଇଁ ନିୟୋଜିତ ହୋଇଥିବା ପୋଲିସ କର୍ମଚାରୀ ମାନେ ମଧ୍ୟ ମହିଳା ରହିଥିଲେ । ପିଙ୍କ ବୁଥଟି ମହିଳା ମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଆୟୋଜିତ କରାଯାଇଥିବା ବେଳେ ଏହି ପିଙ୍କ ବୁଥକୁ ନେଇ ମହିଳା ଭୋଟର ମାନଙ୍କ ସହିତ ନିର୍ବାଚନୀ କାର୍ଯ୍ୟରେ ନିଯୋଜିତ ମହିଳା କର୍ମଚାରୀମାନେ ମଧ୍ୟ ବେଶ ଉତ୍ସାହିତ ରହିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details