ଓଡିଶା

odisha

By

Published : Jan 26, 2020, 2:25 PM IST

ETV Bharat / state

ଫେବୃୟାରୀ ୫ରେ ପଶ୍ଚିମ ଓଡିଶା ବନ୍ଦ ଡାକରା

ଏହାର ପ୍ରତିବାଦ କରି ଆସନ୍ତା ଫେବୃୟାରୀ 5ରେ ପଶ୍ଚିମ ଓଡିଶା ବନ୍ଦ ଡାକରା ଦେଇଛନ୍ତି ପଶ୍ଚିମ ଓଡିଶାର ଆଇନଜୀବୀ ସଂଗଠନ ।

bargarh band
ପଶ୍ଚିମ ଓଡିଶା ବନ୍ଦ ଡାକରା

ବରଗଡ: ଆସନ୍ତା ଫେବୃୟାରୀ 5ରେ ପଶ୍ଚିମ ଓଡିଶାର ଆଇନଜୀବୀ ପକ୍ଷରୁ ପଶ୍ଚିମ ଓଡିଶା ବନ୍ଦ ଡାକରା ଦିଆଯାଇଛି । ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ଓକିଲମାନେ ଜାରି ରଖିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ବାର କାଉନସିଲ ଅଫ ଇଣ୍ଡିଆ ବେଆଇନ କହି ଆନ୍ଦୋଳନରତ ଆଇନଜୀବୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ବାର କାଉନସିଲକୁ ନିର୍ଦ୍ଦେଶ ଦେଇଛି ।

ପଶ୍ଚିମ ଓଡିଶା ବନ୍ଦ ଡାକରା

ଏହାର ପ୍ରତିବାଦ କରି ଆସନ୍ତା ଫେବୃୟାରୀ 5ରେ ପଶ୍ଚିମ ଓଡିଶା ବନ୍ଦ ଡାକରା ଦେଇଛନ୍ତି ପଶ୍ଚିମ ଓଡିଶାର ଆଇନଜୀବୀ ସଂଗଠନ । ଏହି ବନ୍ଦ ଡାକରାକୁ କୋଶଳ ରାଜ୍ୟ ସମନ୍ବୟ ସମିତି ସମ୍ପୂର୍ଣ୍ଣ ସମର୍ଥନ କରିବ ବୋଲି ଏକ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦିଆଯାଇଛି ।

ତେବେ ଆସନ୍ତା ମାସରେ ଭୁବନେଶ୍ବରରେ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ମଧ୍ୟ ସୂଚନା ଦିଆଯାଇଛି । ତେଲେଙ୍ଗାନା ମୁକ୍ତି ସଂଗ୍ରାମରେ ସାମିଲ ଥିବା କେ.ଭେଙ୍କଟସ୍ବାମୀ କୋଶଳ ରାଜ୍ୟ ଆନ୍ଦୋଳନରେ ସହଯୋଗ ପୂର୍ବକ ଏହି କୋଶଳ ସଙ୍ଗଠନକୁ ନିଜର ଅଭିଜ୍ଞତା ଜଣାଇଥିଲେ ।

ତେଲେଙ୍ଗାନାରେ ଯେପରି ସାଂସ୍କୃତିକ ଆନ୍ଦୋଳନ ପରବର୍ତ୍ତୀ ସମୟରେ ରାଜନୈତିକ ଆନ୍ଦୋଳନରେ ପରିବର୍ତ୍ତନ ହୋଇଥିଲା ଏବଂ ପରେ ସଫଳତା ମିଳିଥିଲା । ସେହିପରି କୋଶଳ ରାଜ୍ୟ ପାଇଁ ମଧ୍ୟ ଏଠାରେ ରାଜନୈତିକ ଆନ୍ଦୋଳନର ସମୟ ଆସି ଯାଇଛି ଏବଂ ଏଠାକାର ନେତା ଓ ମନ୍ତ୍ରୀଙ୍କ ଉପରେ ଚାପ ପକାଇବାକୁ ପଡିବ ବୋଲି କହିଛନ୍ତି କେ ଭେଙ୍କଟାସ୍ଵାମୀ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details