ବରଗଡ:ବରଗଡ଼ ଟାଉନ ଥାନାର ଦ୍ବାରସ୍ଥ ହେଲେ ଭାରତୀୟ ଜନତା ପାର୍ଟିର ସଦସ୍ୟ ମଣ୍ଡଳୀ । ଆଜି ବରଗଡ଼ ଜିଲ୍ଲାକୁ 5T ସଚିବ ଗସ୍ତ କରୁଥିବା ବେଳେ ବେଆଇନ ଭାବେ ସ୍କୁଲ ଏବଂ କଲେଜର ଛାତ୍ରଛାତ୍ରୀଙ୍କୁ ଜିଲ୍ଲାପାଳ ବ୍ୟକ୍ତିଗତ କାର୍ଯ୍ୟରେ ନିୟୋଜିତ କରିଛନ୍ତି । ଏନେଇ ବରଗଡ଼ ଜିଲ୍ଲାପାଳଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ଭାରତୀୟ ଜନତା ପାର୍ଟି । ଆଜି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ଛାତ୍ରଛାତ୍ରୀ ଏହାକୁ ନେଇ କେତେ ସୁରକ୍ଷିତ ବୋଲି ପ୍ରଶ୍ନ କରିବା ସହ ବରଗଡ଼ ଜିଲ୍ଲାପାଳଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରାଯାଇଛି ।
ସୂଚନା ମୁତାବକ, ଓଡିଶା ସରକାରଙ୍କ 5T ସଚିବ ଭି.କେ ପାଣ୍ଡିଆନ ଆସନ୍ତା 26 ଓ 27 ତାରିଖରେ ବରଗଡ ଜିଲ୍ଲା ଗସ୍ତରେ ଆସି ଅନେକ କାର୍ଯ୍ୟକ୍ରମରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ତେବେ ଏନେଇ ଜିଲ୍ଲାର ବିଭିନ୍ନ ସ୍କୁଲ ଓ କଲେଜର 2200 ଛାତ୍ରଛାତ୍ରୀଙ୍କୁ 5T ସଚିବଙ୍କ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ପାଇଁ ସମ୍ପୃକ୍ତ ସ୍କୁଲ ଏବଂ କଲେଜର ଅଧ୍ୟକ୍ଷ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଉକ୍ତ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କୁ କାର୍ଯ୍ୟକ୍ରମ ସ୍ଥାନକୁ ଆଣିବା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀ ବରଗଡକୁ ମଧ୍ୟ ଆବଶ୍ୟକ ଯାନବାହାନ ଯୋଗୋଇବା ପାଇଁ ନିର୍ଦେଶ ଦେଇଛନ୍ତି । ଯାହା ସଂପୂର୍ଣ୍ଣ ବେଆଇନ ଅଟେ ।