ଓଡିଶା

odisha

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ୫Tର ଉଲ୍ଲଂଘନ

୫T ବ୍ୟବସ୍ଥା ନେଇ ଦ୍ବନ୍ଦରେ ଗ୍ରାମବାସୀ । ବିନା ସୂଚନା ଫଳକରେ ଚାଲିଛି କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ | ଏହାକୁ ନେଇ ସ୍ଥାନୀୟ ଲୋକ ବିରୋଧ କରିଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

By

Published : Jan 4, 2022, 11:21 AM IST

Published : Jan 4, 2022, 11:21 AM IST

5T scam in odisha chief minister constituency in bijepur
ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ୫Tର ଉଲ୍ଲଂଘନ

ବରଗଡ଼: ୫T ବ୍ୟବସ୍ଥା ନେଇ ଦ୍ବନ୍ଦରେ ଗ୍ରାମବାସୀ । ବିନା ସୂଚନା ଫଳକରେ ଚାଲିଛି କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ | ଏହାକୁ ନେଇ ସ୍ଥାନୀୟ ଲୋକ ବିରୋଧ କରିଥିବା ଦେଖିବାକୁ ମିଳିଛି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ୫Tର ଉଲ୍ଲଂଘନ

ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଦ୍ଵିତୀୟ ନିର୍ବାଚନ ମଣ୍ଡଳୀ । ବିଜେପୁର ବ୍ଲକ ଜୋଖିପାଳି ଗ୍ରାମର ନଦୀପଦା ଠାରେ ବିନା ସୂଚନା ଫଳକରେ କଂକ୍ରିଟ କାମ ଚାଲିଛି । ଏଠାରେ ସରକାରଙ୍କ ସମସ୍ତ ନିୟମକୁ ଉଲ୍ଲଂଘନ କରି କଂକ୍ରିଟ ରାସ୍ତା ନିର୍ମାଣ କରାଯାଉଛି । ଜନସାଧାରଣ ଜାଣିବା ପାଇଁ କୌଣସି ସୂଚନା ଫଳକ ଲାଗିନାହିଁ । ଏଥିସହ କାର୍ଯ୍ୟର ତଦାରଖ କରିବାକୁ ମଧ୍ୟ କୌଣସି ସରକାରୀ ଯନ୍ତ୍ରୀ ଆସୁ ନାହିଁନ୍ତି | ଏହାକୁ ବିରୋଧ କରୁଥିବା ଲୋକଙ୍କୁ ଠିକାଦାର ନାଲି ଆଖି ଦେଖାଇ ନିଜ ମାନମାନି କାର୍ଯ୍ୟ କରିଚାଲିଛନ୍ତି |

ରାଜ୍ୟ ସରକାର ସ୍ଵଚ୍ଛ ଶାସନ ପାଇଁ 5T ଗଠନ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଏଭଳି କାର୍ଯ୍ୟକୁ ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି । ତେବେ ବରଗଡ଼ ଜିଲ୍ଲାର ଅନ୍ୟ ଅଞ୍ଚଳରେ କିପରି କାର୍ଯ୍ୟ ହେଉଥିବ ବୋଲି ସାଧାରଣରେ ଚର୍ଚ୍ଚା ହୋଇଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details