ଓଡିଶା

odisha

ETV Bharat / state

ପୁଣି ୫୬ କୋରୋନା ସଂକ୍ରମିତ, ୭୦୦କୁ ଛୁଇଁଲା ସଂଖ୍ୟା - ବରଗଡ଼ରେ ୭୦୦ କୁ ଛୁଇଁଲା ସଂଖ୍ୟା

ମଙ୍ଗଳବାର ପୁଣି ବରଗଡ଼ ଜିଲ୍ଲାରେ ନୂତନ ୫୬ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ଜିଲ୍ଲାରେ ୭୦୦କୁ ଛୁଇଁଲାଣି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପୁଣି ୫୬ କୋରୋନା ସଂକ୍ରମିତ,  ୭୦୦ କୁ ଛୁଇଁଲା ସଂଖ୍ୟା
ପୁଣି ୫୬ କୋରୋନା ସଂକ୍ରମିତ, ୭୦୦ କୁ ଛୁଇଁଲା ସଂଖ୍ୟା

By

Published : Aug 11, 2020, 7:41 PM IST

ବରଗଡ଼: ଜିଲ୍ଲାରେ ବଢି ବଢି ଚାଲିଛି କୋରୋନା ସଂକ୍ରମଣଙ୍କ ସଂଖ୍ୟା । ମଙ୍ଗଳବାର ପୁଣି ଜିଲ୍ଲାରେ ନୂତନ ୫୬ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ଜିଲ୍ଲାରେ ୭୦୦କୁ ଛୁଇଁଲାଣି । ଅନ୍ୟପଟେ କୋରୋନାରେ ମୃତକଙ୍କ ସଂଖ୍ୟା ୩ ହେଲାଣି । ତେବେ ବରଗଡ ଜିଲ୍ଲାରେ ବଢି ଚାଲିଥିବା ସଂକ୍ରମିତଙ୍କ ସଂଖ୍ୟା ଏବେ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଥିବାବେଳେ କୋରୋନାକୁ ପ୍ରତିହତ କରିବା ପାଇଁ ଚାଲିଛି ନାନା ଯୋଜନା ।

ଆଜି ବରଗଡ ଜିଲାରେ ପୁଣି ୫୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବରଗଡ଼ ପୌରପରିଷଦରେ ସର୍ବାଧିକ ୩୦ଜଣ ରହିଛନ୍ତି । ସେହିପରି ବରଗଡ଼ ବ୍ଲକ, ସୋହେଲା ବ୍ଲକ, ବିଜେପୁର ବ୍ଲକ ଓ ବରପାଲି ଏନ୍‌ଏସିରେ ୪ଜଣ ଲେଖାଏଁ ଆକ୍ରାନ୍ତ ରହିଥିବାବେଳେ ବରପାଲି, ପଦ୍ମପୁର ଓ ଅତାବିରା ବ୍ଲକରେ ୨ଜଣ ଲେଖାଏଁ ଆକ୍ରାନ୍ତ ଅଛନ୍ତି । ଭଟଲି ବ୍ଲକରେ ୩ ଏବଂ ଗାଇସିଲେଟ୍‌ ବ୍ଲକରେ ଜଣେ ଆକ୍ରାନ୍ତ ଅଛନ୍ତି ।

ବରଗଡ଼ ପୌରପରିଷଦର ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୱାର୍ଡ ନଂ-୧ କେଶବନଗରରେ ୧୨, ଚନ୍ଦନନଗରରେ ୩, ୱାର୍ଡ ନଂ-୧୭ ଅମ୍ବାପାଲି ଅନ୍ନପୂର୍ଣ୍ଣା କଲୋନୀରେ ଜଣେ, ସାଇ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲରେ ୨, ୱାର୍ଡ ନଂ-୧୩ ପଞ୍ଚାୟତ କଲେଜ ରାସ୍ତାପାର୍ଶ୍ୱର ଜଣେ, ୱାର୍ଡ ନଂ-୧୬ କପିଳେଶ୍ୱର ନଗରର ଜଣେ, ୱାର୍ଡ଼ ନଂ-୭ ବିଶିପଡ଼ାର ଜଣେ, ୱାର୍ଡ଼ ନଂ-୯ ଭିଏସ୍‌ଏସ ନଗରର ଜଣେ, ୱାର୍ଡ ନଂ-୧୮ ବାନ୍ଦୁଟିକ୍ରା ସୁନାରୀ ଗଳିର ୨, ବନ୍ଧପଡ଼ାର ୨ଜଣ, ୱାର୍ଡ଼ ନଂ-୧୫ ଗୋବିନ୍ଦପାଲିର ୨ଜଣ, ୱାର୍ଡ଼ ନଂ-୧୪ ସୁବାସ ନଗରର ୨ଜଣ ରହିଛନ୍ତି ।

ସେହିପରି ବରଗଡ଼ ବ୍ଲକର ବିକାଶ ହସ୍ପିଟାଲରେ ୪ଜଣ, ସୋହେଲା ବ୍ଲକର ଆକ୍ରାନ୍ତଙ୍କ ମଧ୍ୟରେ ପେଟୁପାଲିର ୨ଜଣ ହୋଇଥିବାବେଳେ କୁଚିପାଲି ଓ ଗୁଡ଼ଭେଲିପଦରର ଜଣେ ଲେଖାଏଁ ରହିଛନ୍ତି । ବରପାଲି ବ୍ଳକ ବରମକେଲାର ୨ଜଣ, ବରପାଲି ଏନଏସିର ୱାଡ ନଂ-୫, ୱାର୍ଡ ନଂ-୧୧, ୱାଡ ନଂ-୭, ୱାଡନଂ-୧ର ଜଣେ ଲେଖାଏଁ ଆକ୍ରାନ୍ତ ଅଛନ୍ତି । ଭଟଲି ବ୍ଲକର ଆକ୍ରାନ୍ତଙ୍କ ମଧ୍ୟରେ ଉଦେପାଲିର ୨ଜଣ, ନୂଆପାଲିର ଜଣେ, ପଦ୍ମପୁର ବ୍ଲକର ବରିକେଲ, ବଡ଼ମାଲରେ ଜଣେ ଲେଖାଏଁ, ଅତାବିରା ବ୍ଲକର କୁକେତିରା, ଚକୁଳିଫାର୍ମ ଦୁର୍ଗା ମନ୍ଦିର ନିକଟରେ ଜଣେ ଲେଖାଏଁ, ଗାଇସିଲେଟ୍‌ ବ୍ଲକର ତେଲିପୁଖାପାଣିରେ ଜଣେ, ବିଜେପୁର ବ୍ଲକର ବିଜେପୁରରେ ୩ଜଣ ଏବଂ ଚାରପାଲିରେ ଜଣେ ଆକ୍ରାନ୍ତ ରହିଥିବା ଜଣାପଡିଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details