ବରଗଡ: ରାଜ୍ୟରେ ବିଷାକ୍ତ କୀଟର ଆତଙ୍କ । ସ୍କ୍ରବ ଟାଇଫସ ନାମକ ଏକ ବିଷାକ୍ତ କୀଟ କମାଡାରେ ବରଗଡରେ ଗଲାଣୀ 5 ଜୀବନ । ଆଖିକୁ ଦେଖାଯାଉନଥିବା ପରି ଛୋଟିଆ କୀଟ ମଣିଷକୁ କାମୁଡିବା ପରେ 15 ଦିନ ମଧ୍ୟରେ ଯାଉଛି ଆକ୍ରାନ୍ତଙ୍କ ଜୀବନ । ବରଗଡରେ ଏପରି ଅନେକ ମାମଲା ସାମ୍ନାକୁ ଆସିବା ପରେ ଜିଲ୍ଲାରେ ଭୟର ବାର୍ତ୍ତାବରଣ ଖେଳିଯାଇଛି । ତେବେ ଏହାକୁ ନେଇ ଲୋକଙ୍କୁ ଭୟଭୀତ ନହେବାକୁ ଅନୁରୋଧ କରିଛି ବରଗଡ ସ୍ୱାସ୍ଥ୍ୟ ବିଭାଗ ।
ସ୍ୱାସ୍ଥ୍ୟ ବିଭାଗ କହିଛି, ‘‘ସ୍କ୍ରବ ଟାଇଫସ ଏକ ଜୀବାଣୁ ଜନିତ ରୋଗ । 'ଚିଗାର' ନାମକ କୀଟ କାମୁଡ଼ିଲେ ଏହି ରୋଗ ହୋଇଥାଏ । 'ଚିଗାର' ଦେଖିବାକୁ ନାଲି ରଙ୍ଗର ଟିଙ୍କ ଭଳି । ଚାଷୀ କିମ୍ୱା ବିଲ ବା ଜଙ୍ଗଲ ଯାଉଥିବା ଲୋକ ଏଥିରେ ଅଧିକ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି । ଏହି ରୋଗକୁ ଚିହ୍ନଟ କରିବା କଷ୍ଟକର ଅଟେ । ହେଲେ ସ୍କ୍ରବ୍ ଟାଇଫସ ନାମକ କୀଟ କାମୁଡିବା ଦ୍ଵାରା ଯେଉଁ ମାରାତ୍ମକ ରୋଗ ହେଉଛି ତାହାର ସଠିକ ସମୟରେ ଚିହ୍ନଟ କରାଗଲେ ଚିକିତ୍ସା ନିଶ୍ଚୟ ଅଛି । ଅଳ୍ପ ଖର୍ଚ୍ଚରେ ଔଷଧ ଖାଇ ରୋଗୀ 14 ଦିନ ମଧ୍ୟରେ ଏହି ରୋଗରୁ ସୁସ୍ଥ ହୋଇପାରିବ । ତେବେ ନିଜ ଘର ଆଖ ପାଖ ଅଞ୍ଚଳକୁ ସଫା ସୁତୁରା ରଖିବା । ବିଲକୁ କାମ କରିବାକୁ ଯାଉଥିବା କୃଷକମାନଙ୍କୁ ପୁରା ଶରୀରକୁ ଘୋଡାଇ ରଖି ବିଲରେ କାମ କରିବା ଉଚିତ୍ ।’’
ସ୍କ୍ରବ ଟାଇଫସ ଲକ୍ଷଣ: ମୁଖ୍ୟତଃ ଜ୍ଵର, ଆଣ୍ଠୁ ଗଣ୍ଠି ଗୋଳାବିନ୍ଧା, ମୁଣ୍ଡବିନ୍ଧା ହେବା ଏହାର ମୁଖ୍ୟ ଲକ୍ଷଣ । ଯେଉଁସ୍ଥାନରେ କୀଟ କାମୁଡିଥାଏ ସେହି ସ୍ଥାନଟିରେ କଳା ରଙ୍ଗର ଦାଗ ହୋଇଯାଇଥାଏ । ତେବେ ଏହି ସ୍କ୍ରବ୍ ଟାଇଫସ କୀଟ ବିଶେଷ କରି ସନ୍ତସନ୍ତିଆ ସ୍ଥାନ, ପାଣି ଜମା ହେଉଥିବା ସ୍ଥାନ, ବଗିଚା, ଘର ଛାତକୁ ମାଡିଥିବା ଗଛ ଏବଂ ବୁଦାମାନଙ୍କରେ ବିଶେଷ କରି ଦେଖାଯାଇଥାନ୍ତି ।
ଏହା ମଧ୍ୟ ପଢନ୍ତୁ... ରାଜ୍ୟରେ ବଢ଼ୁଛି ସ୍କ୍ରବ ଟାଇଫସ ରୋଗ, କେନ୍ଦୁଝରରେ ସର୍ବାଧିକ ମାମଲା