ଓଡିଶା

odisha

ETV Bharat / state

ଧନୁଯାତ୍ରା ଚତୁର୍ଥ ଦିନ: ରାକ୍ଷସ ରାକ୍ଷସୀଙ୍କୁ ବଦ୍ଧ କଲେ କୃଷ୍ଣ ବଳରାମ - କଂସଙ୍କ ଦ୍ବାରା ପ୍ରେରିତ ସମସ୍ତ ରାକ୍ଷସ ରାକ୍ଷସୀ ବଦ୍ଧ

ଚତୁର୍ଥ ଦିନରେ ବରଗଡ ଧନୁଯାତ୍ରା । କୃଷ୍ଣଙ୍କୁ ମାରିବା ପାଇଁ କଂସ ପଠାଇଥିବା ସମସ୍ତ ରାକ୍ଷସ ରାକ୍ଷସୀଙ୍କୁ ସଂହାର କଲେ କୃଷ୍ଣ ବଳରାମ । ଅଧିକ ପଢ଼ନ୍ତୁ...

4th day of bargarh dhanu jatra, krisha and balram kills the demons, demons sent by kans to kill krishna, ଧନୁଯାତ୍ରା ଚତୁର୍ଥ ଦିନ,  ରାକ୍ଷସ ରାକ୍ଷସୀଙ୍କୁ ବଦ୍ଧ କଲେ କୃଷ୍ଣ ବଳରାମ, କଂସଙ୍କ ଦ୍ବାରା ପ୍ରେରିତ ସମସ୍ତ ରାକ୍ଷସ ରାକ୍ଷସୀ ବଦ୍ଧ, ପୁତନା ବଦ୍ଧ
ରାକ୍ଷସ ରାକ୍ଷସୀଙ୍କୁ ବଦ୍ଧ କଲେ କୃଷ୍ଣ ବଳରାମ

By

Published : Jan 4, 2020, 1:46 AM IST

ବରଗଡ଼: ବିଶ୍ବର ସର୍ବ ବୃହତ ମୁକ୍ତାକାଶ ରଙ୍ଗମଞ୍ଚର ଚତୁର୍ଥ ଦିନରେ ମହାରାଜ କଂସଙ୍କ ଦ୍ବାରା ପ୍ରେରିତ ସମସ୍ତ ରାକ୍ଷସ ରାକ୍ଷସୀଙ୍କୁ ବଦ୍ଧ କରିଛନ୍ତି କୃଷ୍ଣ ବଳରାମ । ଯାହାକୁ ନେଇ ଗୋପପୁରରେ ଦେଖାଦେଇଛି ଉତ୍ସବର ମାହୋଲ । ଘରେ ଘରେ କୃଷ୍ଣ ବଳରାମଙ୍କୁ ପୁଜାର୍ଚ୍ଚନା କରାଯାଇଥିବା ବେଳେ କୃଷ୍ଣ ବଳରାମଙ୍କୁ ପାଖରେ ପାଇ ଗୋପପୁର ବାସୀ ଉତ୍ସାହିତ ହୋଇ ପଡିଛନ୍ତି ।

ରାକ୍ଷସ ରାକ୍ଷସୀଙ୍କୁ ବଦ୍ଧ କଲେ କୃଷ୍ଣ ବଳରାମ

ଧନୁଯାତ୍ରାର ଚତୁର୍ଥ ଦିନରେ ଗୋପପୁରର ଦୃଶ୍ୟ ଥିଲା ନିଆରା । ଲାଗୁଥିଲା ଦ୍ବାପର ଯୁଗ ସତେ ଯେମିତି ଫେରି ଆସିଛି ଭଗବାନ ଶ୍ରୀକୃଷ୍ଣ ଓ ବଡ଼ଭାଇ ବଳରାମ ଚନ୍ଦ୍ରକଳା ପରି ନନ୍ଦ ଉଆସରେ ବଢ଼ିବାରେ ଲାଗିଥିବା ବେଳେ ଗୋପପୁରରେ ଭଗବାନଙ୍କ ନଗର ପରିକ୍ରମା ପାଇଁ ଆୟୋଜନ କରାଯାଇଥିଲା । ଏଥିପାଇଁ ସାରା ଗୋପପୁର ଉତ୍ସବ ମୁଖରିତ ହୋଇଥିଲା । ଘରେ ଘରେ ମୁରୂଜ ପକାଇ କୃଷ୍ଣବଳରାମଙ୍କ ପାଦଧୋଇ ପୂଜାର୍ଚ୍ଚନା କରାଯାଇଛି ।

ଶ୍ରୀକୃଷ୍ଣଙ୍କ ଲିଳାରେ ଗୋପପୁର ଉତ୍ସବ ମୁଖର ଥିବା ବେଳେ, କୃଷ୍ଣଙ୍କ ସହ ତାଙ୍କ ଶଖା ମଧୁମଙ୍ଗଳ ଓ ଗୋପ ବାଳକ ମାନେ ଗୀତ ନାଚ କରି ଗାଁ ପରିଭ୍ରମଣ କରିଛନ୍ତି । ସେହିପରି ପ୍ରଭୁ ଶ୍ରୀକୃଷ୍ଣ ଗୋପାଳ ବାଳକଙ୍କ ସହ ଖେଳ କୁଦରେ ବ୍ୟସ୍ତ ତ ଆଉ କେତେବେଳେ ଲୁଚି ଲୁଚି ମାଟି ଖାଇବାରେ ବ୍ୟସ୍ତ ।

ଏପଟେ କଂସଙ୍କ ପ୍ରେରିତ ପୁତନା, ବକାସୁର, ସକଟାସୁରା, ତୃଣା ଓ ଧେନୁକା କପଟ କରି କୃଷ୍ଣ ବଳରାମକୁ ମାରିବାକୁ ଗୋପରେ ଆସିଥିଲେ ଗୋପପୁର । ପ୍ରଭୁଙ୍କୁ ମାରିବାକୁ ସବୁପ୍ରକାର ଉଦ୍ୟମ କରିଛନ୍ତି ହେଲେ ଗୋଟି ଗୋଟି କରି ନିହତ ହୋଇଛନ୍ତି କୃଷ୍ଣବଳରାମଙ୍କ ହାତରେ । ଏହି ସବୁ ଦୃଶ୍ୟ ଅଭିନୀତ ହୋଇଥିଲା ଗୋପପୁରରେ । ଧନୁଯାତ୍ରା ସମୟରେ ଗୋପପୁର କୁହାଯାଉଥିବା ଏହି ଅମ୍ବାପାଲି ଗାଁ ସତରେ ସେଇ ଦ୍ବାପର ଯୁଗକୁ ନେଇ ଯାଇଥାଏ ଆଉ ଏହି ସମୟରେ ଗାଁରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥାଏ । ଦର୍ଶକ ମାନେ ଦୂର ଦୂରାନ୍ତରୁ ଭଗବାନ କୃଷ୍ଣଙ୍କର ବାଲ୍ୟଲୀଳା ଦେଖିବାକୁ ପହଞ୍ଚିଛନ୍ତି ଏବଂ ବେଶ ଉପଭୋଗ କରିଛନ୍ତି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details