ବରଗଡ:ଜିଲ୍ଲାର ନୂତନ ଏସପି ପ୍ରହଲ୍ଲାଦ ସାହାଇ ମୀନାଙ୍କ ସଫଳତା । ବରଗଡ ଟାଉନ ଥାନାରୁ ଏକାଥରକେ କୋର୍ଟ ଚାଲାଣ ହେଲେ ସଟ୍ଟା କାରବାର(ଜୁଆ ଖେଳ)ରେ ଗିରଫ ହୋଇଥିବା 47 ଜଣ ଅଭିଯୁକ୍ତ । ବରଗଡରେ ବ୍ୟାପକ ମାତ୍ରାରେ ଜୁଆ ଖେଳ ଚାଲିଥିଲେ ମଧ୍ୟ ପୋଲିସ ପ୍ରଶାସନ ପକ୍ଷରୁ କେବେହେଲେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିଲା । ମାତ୍ର ଜିଲ୍ଲାକୁ ଆସୁ ଆସୁ ବୁଧବାର ଏସପି ପ୍ରହଲ୍ଲାଦ ସାହାଇ ମୀନା ଜୁଆଡିଙ୍କ ଉପରେ ଯେଉଁ ଧରଣର ପଦକ୍ଷେପ ନେଇଛନ୍ତି ତାହା ଇତିହାସ ପାଲଟିଛି । ଟାଉନ ଥାନାରୁ 47 ଜଣ ଜୁଆଡିଙ୍କୁ ଗିରଫ କରି ଏକାଥରେ କୋର୍ଟ ଚାଲାଣ କରିବା ବରଗଡରେ ଥାନା ପ୍ରତିଷ୍ଠା ହେବା ଦିନ ଠାରୁ ଏହା ପ୍ରଥମ ଘଟଣା । ନୂତନ ଏସପିଙ୍କର ଏପରି ପଦକ୍ଷେପକୁ ବରଗଡବାସୀ ତଥା ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା କରାଯାଉଛି ।
ବରଗଡ ଜିଲ୍ଲାରେ ଦୀର୍ଘ ବର୍ଷରୁ ଜୁଆ ଖେଳ ଜୋରସୋରରେ ଚାଲିଥିବା ବେଳେ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ଆଖି ବୁଜି ଦେଇଥିଲା । ଯାହାଫଳରେ ଧୀରେ ଧୀରେ ସହରରେ ମଧ୍ୟ ଏହି ଜୁଆ ଖେଳ ଖୁଲମଖୁଲା ବିଚ୍ ବଜାରରେ ଚାଲିବାକୁ ଲାଗିଲା । ଜିଲ୍ଲାବାସୀ ପୋଲିସକୁ ଯେତେ ଅଭିଯୋଗ କରିଥିଲେ ହେଁ ଶୂନ ରହିଥିଲା କାର୍ଯ୍ୟାନୁଷ୍ଠାନ । ବର୍ଷ ବର୍ଷ ଧରି ଗୋଟିଏ ପରେ ଗୋଟିଏ ଏସପି ଆସିଲେ ଓ ଗଲେ ହେଲେ କିଛି ଲାଭ ହେଲା ନାହିଁ । ଯେଉଁ କାରଣରୁ ବରଗଡ ଟାଉନ ପୋଲିସ ଜନତାଙ୍କ ଆସ୍ଥା ଓ ବିଶ୍ଵାସ ହରାଇଥିଲା । ପ୍ରତିଥର ପରି ଏଥର ମଧ୍ୟ ଏସପିଙ୍କ ବଦଳି ହେଲା ଏବଂ ପୁଣି ନୂତନ ଏସପି ଭାବେ ପ୍ରହଲ୍ଲାଦ ସାହାଇ ମୀନା ଯୋଗଦେଲେ ।