ଓଡିଶା

odisha

ETV Bharat / state

4 ବର୍ଷ କୁନିଝିଅକୁ ଦୁଷ୍କର୍ମ କଲା ସମ୍ପର୍କୀୟ ଭାଇ! - ସମ୍ପର୍କୀୟ ଭାଇ

ପୁଣି ଥରେ ରାଜ୍ୟରେ ଲଜ୍ଜା। ଶୁକ୍ରବାର ଅନୁଗୋଳରେ ଦୁଷ୍କର୍ମକାରୀକୁ ଅନୁଗୋଳରେ ଫାଶୀ ଦଣ୍ଡାଦେଶ ହେବା ପରେ ମଧ୍ୟ ସୁଧୁରିନି ପରିସ୍ଥିତି । ବରଗଡ ଜିଲ୍ଲା ଅତାବିରାରେ ଜଣେ 4 ବର୍ଷ ନାବାଳିକାଙ୍କୁ ଦୁଷ୍କର୍ମ କରିଛି ସମ୍ପର୍କୀୟ ଭାଇ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

By

Published : Jul 27, 2019, 9:56 PM IST

ବରଗଡ: ରାଜ୍ୟରେ ଦିନକୁ ଦିନ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା ବଢି ଚାଲିଥିବା ବେଳେ ବରଗଡ ଜିଲ୍ଲାରେ ଦେଖିବାକୁ ଆଉ ଏକ ଅମାନବୀୟ ଘଟଣା। ୪ ବର୍ଷର କୁନି ଭଉଣୀକୁ ଦୁଷ୍କର୍ମ କରିଛି ସମ୍ପର୍କୀୟ ଭାଇ। ଅଭିଯୁକ୍ତ ବିରୋଧରେ ଅଭିଯୋଗ କରିଥିଲେ ପରିବାର ଲୋକେ । ଏହା ପରେ ତାକୁ ଗିରଫ କରିଛି ପୋଲିସ ।

ବରଗଡର ଅତାବିରା ଥାନା ଗୋଡଭଗା ଅଞ୍ଚଳରେ ସୁଧାଂଶୁ ପ୍ରଧାନ ନାମକ ଜଣେ ବ୍ୟକ୍ତି, ନିଜର ରକ୍ତ ସମ୍ପର୍କୀୟ ୪ ବର୍ଷର କୁନି ଭଉଣୀକୁ ଦୁଷ୍କର୍ମ କରିଥିବା ଘଟଣା ସାରା ଜିଲ୍ଲାରେ ଚହଳ ସୃଷ୍ଟି କରିଛି । ଗତ ୨୩ ତାରିଖ ସକାଳେ ପୀଡ଼ିତା ଶିଶୁ କନ୍ୟା ଘରେ ଏକାକି ଖେଳୁଥିବା ବେଳେ ଅଭିଯୁକ୍ତ ସୁଧାଂଶୁ ଭଉଣୀକୁ ଡାକିନେଇ ଦୁଷ୍କର୍ମ କରିଥିବା ପରିବାର ଲୋକେ ଅତାବିରା ଥାନାରେ ଲିଖିତ ଅଭିଯୋଗ କରିଥିଲେ |

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଅତାବିରା ଥାନାରେ କେସ ନମ୍ବର ୧୫୫/୨୦୧୯ ଦଫା ୩୭୬ ( A ) (B) IPC/6 ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତ ସୁଧାଂଶୁ ପ୍ରଧାନଙ୍କ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଛି । ବିଗତ ଦିନରେ ଅନୁଗୁଳ ଠାରେ ଘଟିଥିବା ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ କୋର୍ଟ ଫାଶୀ ଶୁଣାଇଥିବା ସତ୍ତ୍ୱେ ଦୁଷ୍କର୍ମକାରୀଙ୍କ ଉପରେ ଏହାର କୌଣସି ଭୟ ବା ପ୍ରଭାବ ପଡିନାହିଁ । ବରଗଡରେ ହୋଇଥିବା ଏପରି ଘଟଣା ଏହାର ଜ୍ୱଳନ୍ତ ଉଦାହରଣ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

:

ABOUT THE AUTHOR

...view details