ବରଗଡ: ସୋମବାର ବରଗଡ ଜିଲ୍ଲାରେ 35 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ରାଜ୍ୟ ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ମଧ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଟ୍ବିଟରରେ ଉଲ୍ଲେଖ କରିଛନ୍ତି ।
ବରଗଡରେ 35 କୋରୋନା ସଂକ୍ରମିତ, 884 ଛୁଇଁଲା ମୋଟ ଆକ୍ରାନ୍ତ ସଂଖ୍ୟା ତେବେ ବରଗଡ ଜିଲ୍ଲାରେ ସୋମବାର ଚିହ୍ନଟ ସଂକ୍ରମିତଙ୍କୁ ମିଶାଇ ସମୁଦାୟ ପଜିଟିଭ ସଂଖ୍ୟା 884ରେ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା 3 ରହିଛି । ସେହିପରି ବରଗଡ ଜିଲ୍ଲାରେ 548 ଜଣ ସଂକ୍ରମିତ ସୁସ୍ଥ ହୋଇ ଫେରିଥିବା ବେଳେ 333 ଜଣ କୋରୋନାରେ ସକ୍ରିୟ ରହିଛନ୍ତି ।
ବରଗଡରେ 35 କୋରୋନା ସଂକ୍ରମିତ, 884 ଛୁଇଁଲା ମୋଟ ଆକ୍ରାନ୍ତ ସଂଖ୍ୟା ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ କୋରୋନାରେ ସଂକ୍ରମିତ ହୋଇଥିବା ନେଇ ଟ୍ଵିଟରରେ ଜଣାଇଛନ୍ତି । ଏହା ସହ ତାଙ୍କ ସହିତ ଯେଉଁମାନେ ସମ୍ପର୍କରେ ଆସିଛନ୍ତି ସେମାନଙ୍କୁ ମନ୍ତ୍ରୀ ହୋମ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି । ଗତକାଲି ମନ୍ତ୍ରୀଙ୍କ ସ୍ୱାବ ପରୀକ୍ଷା ପରେ ସେ ପଜିଟିଭ ଥିବା ଜଣାପଡ଼ିଥିଲା । ସେ ଏବେ ଭୁବନେଶ୍ୱର ଠାରେ ହୋମ ଆଇସୋଲେସନରେ ରହିଥିବା ଜଣାପଡ଼ିଛି ।
ତାଙ୍କର ସ୍ୱାବ ରିପୋର୍ଟ ଆସିବା ପୂର୍ବରୁ ବରଗଡ଼ ଜିଲ୍ଳାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରେସ ମିଟରେ ମନ୍ତ୍ରୀ ଯୋଗ ଦେଇଥିଲେ । ଗଙ୍ଗାଧର ମେଗା ଜଳସେଚନ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ କ୍ୟାବିନେଟ ମଞ୍ଜୁରୀ ସଂପର୍କୀୟ ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଧାୟିକା ରୀତା ସାହୁ, ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ କଲ୍ୟାଣୀ ଦାଶଙ୍କ ସମେତ ବରଗଡର ଛାପା, ଇଲେକଟ୍ରୋନିକ୍ସ ଏବଂ ୱେବ ମିଡ଼ିଆର ବହୁ ପ୍ରତିନିଧି ଉପସ୍ଥିତ ଥିଲେ । ତେବେ ବରଗଡର ସାମ୍ବାଦିକ ମାନଙ୍କୁ ସତର୍କତା ଅବଲମ୍ବନ କରିବାପାଇଁ ମନ୍ତ୍ରୀ ସୁଶାନ୍ତ ସିଂ ନିବେଦନ କରିଛନ୍ତି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ