ଓଡିଶା

odisha

ETV Bharat / state

ବରଗଡରେ 33 ନୂଆ ସଂକ୍ରମିତ ଚିହ୍ନଟ, କଟାପାଳି ଗ୍ରାମରେ ବଢୁଛି ଚିନ୍ତା - ବରଗଡ ଲାଟେଷ୍ଟ ନ୍ୟୁଜ୍‌

କୋରୋନା କବଳରେ ଧିରେ ଧିରେ ଗ୍ରାସ ହେବାରେ ଲାଗିଛି ବରଗଡ ଜିଲ୍ଲାର କଟାପାଳି ଗ୍ରାମ । ଜିଲ୍ଲାରେ ସୋମବାର 33 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ଏହି କଟାପାଳି ଗ୍ରାମର ହୋଇଥିବା ଜଣା ପଡିଛି ।

corona situation in bargarh, corona update in bargarh, bargarh latest  news, corona fear in katapali village, ବରଗଡରେ କୋରୋନା ସ୍ଥିତି, ବରଗଡରେ କୋରୋନା ଅପଡେଟ, ବରଗଡ ଲାଟେଷ୍ଟ ନ୍ୟୁଜ୍‌, କଟାପାଳି ଗ୍ରାମରେ କୋରୋନା ଆତଙ୍କ
ବରଗଡରେ 33 ନୂଆ ସଂକ୍ରମିତ ଚିହ୍ନଟ, କଟାପାଳି ଗ୍ରାମରେ ବଢୁଛି ଚିନ୍ତା

By

Published : Jul 6, 2020, 8:05 PM IST

ବରଗଡ: କୋରୋନା କବଳରେ ଧିରେ ଧିରେ ଗ୍ରାସ ହେବାରେ ଲାଗିଛି ବରଗଡ ଜିଲ୍ଲାର କଟାପାଳି ଗ୍ରାମ । ଜିଲ୍ଲାରେ ସୋମବାର 33 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ଏହି କଟାପାଳି ଗ୍ରାମର ହୋଇଥିବା ଜଣା ପଡିଛି । ବର୍ତ୍ତମାନ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା 166ରେ ପହଞ୍ଚିଛଇ । ଯେଉଁଥିରେ କଟାପାଳି ଗ୍ରାମରେ 105 ଜଣ ଆକ୍ରାନ୍ତ ରହିଛନ୍ତି । ଯାହା ବର୍ତ୍ତମାନ ପ୍ରଶାସନର ଚିନ୍ତା ଦ୍ବିଗୁଣିତ କରିଛି ।

ସୂଚନା ଅନୁଯାୟୀ କଟାପାଳି ଗ୍ରାମରେ ମୋଟ ଜନସଂଖ୍ୟା ହେଉଛି 5205 । ଏମାନଙ୍କ ମଧ୍ୟରୁ 1393 ଜଣଙ୍କ ସ୍ବାବ ନମୂନା ପରୀକ୍ଷା କରାଯାଇବା ବେଳେ ସେଥିରୁ ଏଯାବତ୍‌ 105ଟି ନମୂନାର ପଜିଟିଭ ରିପୋର୍ଟ ଆସିଛି । ଏଥିସହ ଏହି ଗ୍ରାମରେ କୋରୋନାରେ ଜଣେ ଆକ୍ରାନ୍ତଙ୍କ ମୁଣ୍ଡ ଗଡିସାରିଥିବା ଜଣା ପଡିଛି । ସେପଟେ ସୋମବାର ଜିଲ୍ଲାରେ ଚିହ୍ନଟ 33 ଜଣଙ୍କ ମଧ୍ୟରୁ 16 ଜଣ ପୁରୁଷ ଓ 17 ଜଣ ମହିଳା ରହିଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ତୁରନ୍ତ ଜିଲ୍ଲାର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କଟାପାଳି ଗ୍ରାମରେ କୋରୋନା ଆତଙ୍କ ବଢିଚାଲିଥିବା ବେଳେ ପ୍ରଶାସନର ଆଗାମୀ ପଦକ୍ଷେପ ଉପରେ ଗ୍ରାମବାସୀଙ୍କ ନଜର ରହିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details