ଓଡିଶା

odisha

ETV Bharat / state

ଶଯ୍ୟାଶାୟୀ ଡାକ୍ତରଖାନା, ମୃତ୍ୟୁମୁଖରେ ରୋଗୀ ! - Bargarh district hospital news

ଚିକିତ୍ସା ଅଭାବରୁ ଚାଲିଗଲା ଏକ ନିରୀହ ଜୀବନ। ଗୋଟିଏ ନୁହେଁ ସରକାରୀ ଡାକ୍ତରଖାନାରେ ଚିକିତ୍ସା ଅଭାବରୁ ୨୦ ଦିନ ମଧ୍ୟରେ ବରଗଡରେ ଗଲାଣି ତିନୋଟି ଜୀବନ।

Bargarh district hospital
ଶଯ୍ୟାସାୟୀ ଡାକ୍ତରଖାନା

By

Published : Feb 21, 2020, 7:44 AM IST

ବରଗଡ: ଚିକିତ୍ସା ଅଭାବରୁ ଚାଲିଗଲା ଏକ ନିରୀହ ଜୀବନ। ଗୋଟିଏ ନୁହେଁ ସରକାରୀ ଡାକ୍ତରଖାନାରେ ଚିକିତ୍ସା ଅଭାବରୁ ୨୦ ଦିନ ମଧ୍ୟରେ ବରଗଡରେ ଗଲାଣି ତିନୋଟି ଜୀବନ। ମୁଖ୍ୟ ଚିକିତ୍ସାଳୟ ୧୦ କିଲୋମିଟର ଦୂର ଖେଦା ପାଳିକୁ ସ୍ଥାନାନ୍ତିରିତ ହୋଇଛି। ଫଳରେ ସ୍ଥାନୀୟଲୋକେ ଡାକ୍ତରଖାନାରେ ପହଞ୍ଚିବାରେ ବିଳମ୍ବ ହେଉଥିବା ଅଭିଯୋଗ କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବଦଗଡ

ତେବେ ଏନେଇ ବରଗଡ ଜିଲ୍ଲା ପ୍ରଶାସନ ଆଖି ବୁଝି ଦେଇଛି। ସ୍ଥାନୀୟ ଜନପ୍ରତିନିଧି ମଧ୍ୟ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଭଣ୍ଡାଉଥିବା ଅଭିଯୋଗ ହେଉଛି । ଡାକ୍ତରଖାନା ଖେଦାପାଳିକୁ ସ୍ଥାନାନ୍ତିରିତ କରାଯିବା ପରେ ସ୍ଥାନୀୟଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଲାଗି ରହିଛି ଏବଂ ଆଜି ୨୦ ଦିନ ହେଲା ଆନ୍ଦୋଳନ ଜାରି ରହିଛି।

ପୁରୁଣା ଡାକ୍ତରଖାନାକୁ ପୂର୍ବପରି କାର୍ଯ୍ୟକ୍ଷମ କରାଯାଉ ବୋଲି ଜନସାଧାରଣଙ୍କ ଦାବି ଉଗ୍ରରୂପ ନେଉଛି। ମାତ୍ର ପୁରୁଣା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ନା ନୂତନ ଡାକ୍ତରଖାନାରେ ମଧ୍ୟ ରୋଗୀ ଚିକିତ୍ସା ସୁବିଧା ପାଇପାରୁଛନ୍ତି । ଏହା ଭିତରେ ରୋଗୀମାନେ ଠିକ ସମୟରେ ଚିକିତ୍ସିତ ହୋଇ ନପାରି ମୃତ୍ୟୁ ମୁଖରେ ପଡ଼ୁଛନ୍ତି| ଏପରି ଅବସ୍ଥା ଦେଖି ଲୋକଙ୍କ ମଧ୍ୟରେ ଉତ୍ତେଜନା ବଢିଚାଲିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details