ଓଡିଶା

odisha

ETV Bharat / state

ବନ୍ଧା ହେଲେ 3 ନକଲି ସାମ୍ବାଦିକ, କରୁଥିଲେ ବଟି ଆଦାୟ - ନକଲି ସାମ୍ବାଦିକ

ବ୍ଲାକମେଲ୍ କରି ଅର୍ଥ ଦାବି କରୁଥିବା 3 ଜଣ ନକଲି ସାମ୍ବାଦିକ ଗିରଫ । ଆମ୍ବାଭୋନା ପୋଲିସ ହାତରେ ଧରାପଡିଛନ୍ତି ନକଲି ସାମ୍ବାଦିକ । ଅଧିକ ପଢନ୍ତୁ...

ବନ୍ଧା ହେଲେ 3 ନକଲି ସାମ୍ବାଦିକ, କରୁଥିଲେ ବଟି ଆଦାୟ
ବନ୍ଧା ହେଲେ 3 ନକଲି ସାମ୍ବାଦିକ, କରୁଥିଲେ ବଟି ଆଦାୟ

By

Published : May 28, 2021, 1:50 PM IST

ବରଗଡ:ବ୍ଲାକମେଲ୍ କରି ଅର୍ଥ ଦାବି କରୁଥିବା 3 ଜଣ ନକଲି ସାମ୍ବାଦିକ ଗିରଫ । ଅମ୍ବାଭୋନା ପୋଲିସ ହାତରେ ଧରାପଡିଛନ୍ତି ନକଲି ସାମ୍ବାଦିକ । ଜିଲ୍ଲାରେ ଛତୁ ଫୁଟିଲା ପରି ନକଲି ସମ୍ବାଦିକ ବୁଲୁଥିବା ବେଳେ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଯାଇ ଧମକ ଚମକ ଦେଇ ଅର୍ଥ ଲୁଟ୍ କରୁଥିବା ସମୟରେ ଆଜି ପୋଲିସ ହାତରେ ଧରାପଡିଛନ୍ତି 3 ଜଣ ନକଲି ସାମ୍ବାଦିକ ।

ବନ୍ଧା ହେଲେ 3 ନକଲି ସାମ୍ବାଦିକ, କରୁଥିଲେ ବଟି ଆଦାୟ

ଧରାପଡିଥିବା 3 ଜଣ ଦୁର୍ବୃତ୍ତ ପଦ୍ମପୁର ବ୍ଲକ କନଶିଙ୍ଘା ନିବାସୀ ଆଶିଷ ଭୋଇ, ଗାଇସିଲେଟ ବ୍ଲକ କେନ୍ଦୁଢିପା ନିବାସୀ ବିଶ୍ବପତି ସାହୁ ଏବଂ ବରାମୁଣ୍ଡା ଗ୍ରାମର ଭାଗୀରଥୀ ଭୋଇ ହୋଇଥିବା ଜଣାପଡିଛି । ତେବେ ଅନ୍ୟଜଣେ ସହଯୋଗୀ ମଙ୍ଗଲୁ ସାହୁଙ୍କ ନାମରେ ମଧ୍ୟ ଥାନାରେ ଏତଲା ହୋଇଥିବା ବେଳେ ମଙ୍ଗଲୁ ସାହୁକୁ ମଧ୍ୟ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ସୂଚନାନୁଯାୟୀ, ଗାଇସିଲେଟ ଠାରୁ ଆରମ୍ଭ କରି ଅମ୍ବାଭୋନା ବ୍ଲକ ପର୍ଯ୍ୟନ୍ତ ବିଭିନ୍ନ ଯୋଗାଣ ସହାଯକଙ୍କୁ ଧମକ ଚମକ ଦେଇ ହଜାର ହଜାର ଟଙ୍କା ଅର୍ଥ ବସୁଲି କରୁଥିବା ସମୟରେ ଧରାପଡିଛନ୍ତି । ନିଜକୁ ୱେବ ଚ୍ୟାନେଲର ସାମ୍ବାଦିକ କହୁଥିଲେ 3 ଜଣ ଦୁର୍ବୃତ୍ତ । ଅମ୍ବଭୋନା ଅଞ୍ଚଳର ଅନେକ ଯୋଗାଣ ସହାୟକଙ୍କୁ ଧମକ ଚମକ ଦେଇ ବଟି ଆଦାୟ କରୁଥିବା ସମୟରେ କପାସିରା ସରପଞ୍ଚ ପୋଲିସକୁ ଖବର ଦେଇଥିଲେ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନକଲି ସମ୍ବାଦିକଙ୍କୁ କାବୁ କରିଥିଲେ ।

ତେବେ ଏହି ଦୁର୍ବୃତ୍ତମାନେ ପୋଲିସ ଆଗରେ ନିଜର କାରନାମା ସ୍ଵୀକାର କରିଥିବା ବେଳେ ବଟି ଆଦାୟ କରିଥିବା ସମସ୍ତ ଅର୍ଥ ଫେରାଇ ଦେବେ କିନ୍ତୁ ମାମଲା ରୁଜୁ କରାନଯାଉ ବୋଲି କହିଥିଲେ । ପୂର୍ବରୁ ମଧ୍ୟ ଏହି ଦୁର୍ବୃତ୍ତଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ଥିବା ପୋଲିସ ସୂତ୍ରରୁ ଜଣାପଡିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details