ଓଡିଶା

odisha

ETV Bharat / state

ଭାରି ପଡିଲା ମନମୁଖୀ କାର୍ଯ୍ୟ, 3 ଇ-ରିକ୍ସା ଚାଳକ ବହିଷ୍କୃତ - ବରଗଡ଼ ପୌର ପରିଷଦ

ଇ-ରିକ୍ସା ଚାଳକଙ୍କ ମନମୁଖୀ କାର୍ଯ୍ୟକଳାପ ପଡ଼ିଲା ଭାରି । ବରଗଡ଼ ପୌର ପରିଷଦ ପକ୍ଷରୁ ୩ ଜଣ ଇ-ରିକ୍ସା ଚାଳକଙ୍କୁ କାର୍ଯ୍ୟରୁ ବହିଷ୍କାର । ଅଧିକ ପଢ଼ନ୍ତୁ

କାର୍ଯ୍ୟରୁ ବହିଷ୍କାର
କାର୍ଯ୍ୟରୁ ବହିଷ୍କାର

By ETV Bharat Odisha Team

Published : Sep 4, 2023, 7:13 AM IST

3 ଜଣ ଇ-ରିକ୍ସା ଚାଳକ କାର୍ଯ୍ୟରୁ ବହିଷ୍କାର

ବରଗଡ଼: ଇ-ରିକ୍ସା ଚାଳକଙ୍କୁ କାର୍ଯ୍ୟରୁ ବହିଷ୍କାର । ଚାଳକଙ୍କ ମନମୁଖୀ କାର୍ଯ୍ୟକଳାପ ପଡ଼ିଲା ଭାରି । ବରଗଡ଼ ପୌର ପରିଷଦ ପକ୍ଷରୁ ୩ ଜଣ ଇ-ରିକ୍ସା ଚାଳକଙ୍କୁ କାର୍ଯ୍ୟରୁ ବାହାର କରି ଦିଆଯାଇଛି । ତେବେ ବରଗଡ଼ ଅଟୋରିକ୍ସା ମାଲିକ ସଂଘ ପକ୍ଷରୁ ପୌରପରିଷଦ କାର୍ଯ୍ୟାଳୟରେ ଅଭିଯୋଗ ପରେ ଏଭଳି ନିଷ୍ପତ୍ତି ନେଇଛି ପୌରପରିଷଦ ।

ସୂଚନା ଅନୁଯାୟୀ, ବରଗଡ଼ ଅଟୋରିକ୍ସା ମାଲିକ ସଂଘ ପକ୍ଷରୁ ଇ-ରିକ୍ସାର ମନମୁଖି କାର୍ଯ୍ୟକଳାପ ପାଇଁ ପୌର ପରିଷଦ କାର୍ଯ୍ୟାଳୟ ଘେରାଉ କରାଯାଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ବରଗଡ଼ ପୌରପରିଷଦ ପକ୍ଷରୁ ରୋଗୀସେବା ପାଇଁ ଚାଲୁଥିବା ଇ-ରିକ୍ସାର ମନମୁଖୀ କାର୍ଯ୍ୟ ଯୋଗୁଁ ବରଗଡ଼ ଅଟୋରିକ୍ସା ମାଲିକ ସଂଘ ପକ୍ଷରୁ କିଛି ଦିନତଳେ ପୌରପରିଷଦ ଅଫିସ ଘେରାଉ କରାଯାଇଥିଲା । କେବଳ ରୋଗୀମାନଙ୍କ ସେବା ପାଇଁ ବରଗଡ଼ ଟାଉନ ହସ୍ପିଟାଲରୁ ଖେଦାପାଲି ସ୍ଥିତ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଯିବା ପାଇଁ ଇ-ରିକ୍ସାର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ରୋଗୀମାନଙ୍କୁ ସେବା ଯୋଗାଇବା ବଦଳରେ ଅନ୍ୟ ଗ୍ରାହକ ମାନଙ୍କୁ ଇ-ରିକ୍ସାର ସେବା ଯୋଗାଉଥିବା ଅଭିଯୋଗରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ଦେଇ 7 ଦିନ ସମୟ ମଧ୍ୟରେ ସମାଧାନ ପାଇଁ ଦାବି କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ....ଜିଲ୍ଲାପାଳ ଅଫିସରେ ଆମରଣ ଅନଶନରେ ପରିବାର, ଗାଁରୁ ବାସନ୍ଦ ପରେ ଇଚ୍ଛା ମୃତ୍ୟୁ ଦାବି

ତେବେ ଦାବି ପୂରଣ ନହେବାରୁ ଶୁକ୍ରବାର ଦିନ ଅଟୋ ରିକ୍ସା ମାଲିକ ସଂଘ ପକ୍ଷରୁ ପୁଣିଥରେ ପୌରପରିଷଦ ଅଫିସ ଘେରାଉ କରାଯାଇଥିଲା । ତେବେ ପୌର ପରିଷଦ ପକ୍ଷରୁ ଅଭିଯୋଗ ଉପରେ ତଦନ୍ତ କରାଯାଇ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତ ଅଟୋ ରଖି ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲା ଅଟୋରିକ୍ସା ମାଲିକ ସଂଘ।

ଏହା ମଧ୍ୟ ପଢ଼ନ୍ତୁ..ଛତିଶଗଡ଼ରେ ଓଡ଼ିଶା ସରକାରଙ୍କ ଗାଡ଼ି, ସରକାରୀ ଯାନର ଅପବ୍ୟବହାର କରୁଥିବା ବେଳେ ଧରାପଡ଼ିଲେ ସରକାରୀ ବାବୁ

ତେବେ ପୌରପରିଷଦ ପକ୍ଷରୁ ଏନେଇ ବିଧିବଦ୍ଧ ତଦନ୍ତ ପରେ ଗତକାଲି(ରବିବାର) ୩ ଜଣ ଦୋଷୀ ଇ-ରିକ୍ସା ଚାଳକଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିବା ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା ସୂଚନା ଦେଇଛନ୍ତି । ଇ-ରିକ୍ସାରେ 3 ରୁ 4 ଜଣ ରୋଗୀଙ୍କୁ ବରଗଡ଼ ଟାଉନ ହସ୍ପିଟାଲରୁ ଖେଦାପାଲି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ପାଇଁ ସୁବିଧା କରାଯାଇଥିବା ବେଳେ ସେମାନେ ଅଧିକ ଗ୍ରାହକଙ୍କୁ ଇ-ରିକ୍ସା ସେବା ଯୋଗାଉଥିବା ଅଭିଯୋଗ କରାଯାଇଥିଲା । ତେଣୁ ଏନେଇ ପୌର ପରିଷଦ କାର୍ଯ୍ୟାଳୟରେ ୩ ଜଣ ଦୋଷୀ ଇ-ରିକ୍ସା ଚାଳକଙ୍କୁ ତାଙ୍କ କାର୍ଯ୍ୟରୁ ବହିଷ୍କାର କରାଯାଇଛି।

ଇଟିଭି ଭାରତ,ବରଗଡ଼

ABOUT THE AUTHOR

...view details