ଓଡିଶା

odisha

ବରଗଡ଼ରୁ 262 ପଜିଟିଭ୍ ଚିହ୍ନଟ

ପୁଣି ଡରାଇଲାଣି କୋରୋନାର ଦ୍ବିତୀୟ ଲହରୀ । ଏଭଳି ସ୍ଥିତିରେ ଲୋକଙ୍କ ପାଇଁ ଚିନ୍ତା ବଢୁଥିବା ବେଳେ କଟକଣାକୁ ମାନିବାକୁ ପରାମର୍ଶ ଦେଇଛନ୍ତି ସରକାର । ଅଧିକ ପଢନ୍ତୁ...

By

Published : Apr 26, 2021, 8:01 AM IST

Published : Apr 26, 2021, 8:01 AM IST

ବରଗଡ଼ରୁ 262 ପଜିଟିଭ୍ ଚିହ୍ନଟ
ବରଗଡ଼ରୁ 262 ପଜିଟିଭ୍ ଚିହ୍ନଟ

ବରଗଡ଼: ପୁଣି ଡରାଇଲାଣି କୋରୋନାର ଦ୍ବିତୀୟ ଲହର । ଏଭଳି ସ୍ଥିତିରେ ଲୋକଙ୍କ ପାଇଁ ଚିନ୍ତା ବଢୁଥିବା ବେଳେ କଟକଣାକୁ ମାନିବାକୁ ପରାମର୍ଶ ଦେଇଛନ୍ତି ସରକାର । ଏପଟେ ବରଗଡ଼ ଜିଲ୍ଲାରେ ଗତକାଲି(ରବିବାର) ପୁଣି 262 କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ସଂକ୍ରମଣ ସଂଖ୍ୟା 14,024 କୁ ପହଞ୍ଚିଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।

ବରଗଡ଼ରୁ 262 ପଜିଟିଭ୍ ଚିହ୍ନଟ

262 ଜଣ ସଙ୍କ୍ରମିତଙ୍କ ମଧ୍ୟରୁ 100 ଜଣ ମହିଳା ହୋଇଥିବା ବେଳେ 162 ଜଣ ସଂକ୍ରମିତ ପୁରୁଷ ରହିଛନ୍ତି । ଏହାସହ ବରଗଡ ଟାଉନରୁ 46 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ବରଗଡ଼ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 44 ଜଣଙ୍କ କୋରୋନା ରୋଗରେ ମୃତ୍ୟୁ ହୋଇଛି ଏବଂ 2023 ଜଣ ସକ୍ରିୟ ଥିବା ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ କଲ୍ୟାଣୀ ଦାସ ସୂଚନା ଦେଇଛନ୍ତି । ବରଗଡରେ ସଙ୍କ୍ରମିତଙ୍କ ସଂଖ୍ୟା ପ୍ରତିଦିନ ବଢିବାକୁ ଲାଗିଥିବା ବେଳେ ସ୍ଥିତି ଗମ୍ଭୀର ହେବାକୁ ଯାଉଛି । ଏନେଇ ଲୋକଙ୍କୁ ଅଧିକ ସତର୍କ ଓ ସଜାଗ ରହିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନ କରାଯାଇଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details