ବରଗଡ଼: ଜିଲ୍ଲା ପୋଲିସକୁ ମିଳିଛି ସଫଳତା । ସୋହେଲା ଥାନା ପୋଲିସ 233 କେଜି ଗଞ୍ଜେଇ ଜବତ କରିଛି । ଏହାସହ ୪ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରାଯିବା ସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ।
ସୂଚନା ଅନୁଯାୟୀ, ବେଆଇନ ଭାବରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମୟରେ ସୋହେଲା ପୋଲିସ ବିଶ୍ୱସ୍ଥ ସୁତ୍ରରୁ ଖବର ପାଇ ନାକାବନ୍ଦୀ ଚଳାଇଥିଲା । ତେବେ ଏହି ଚେକିଂ ସମୟରେ ଦୁଇଗୋଟି ଗାଡିରେ 8 ପ୍ୟାକେଟ ଗଞ୍ଜେଇ ଚୋରାଚାଲାଣ ବେଳେ ଧରାପଡିଥିଲା । ଯାହାର ଆନୁମାନିକ ମୂଲ୍ୟ 12 ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏହାସହ 4 ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ମାନେ ପ୍ରେସ ଲେଖାଥିବା ଏକ କାର ବ୍ୟବହାର କରି ସେଥିରେ ଗଞ୍ଜେଇ ଚାଲାଣ କରୁଥିଲେ।