ବରଗଡ: ଜିଲ୍ଲାର ଭଟଲି ଛକ ନିକଟରେ ୧୧ କେଭି କ୍ଷମତା ବିଶିଷ୍ଟ ତାର ଛିଣ୍ଡି ଯାଇ ଦୁଇଟି ଟ୍ରକରେ ନିଆଁ ଲାଗିଥିଲା । ପ୍ରବଳ ଝଡ ଯୋଗୁଁ ଭଟଲି ଛକ ନିକଟରେ ଏକ ଗଛମୂଳରେ ଦୁଇଟି ଟ୍ରକ ଛିଡା ହୋଇଥିବା ବେଳେ ଏହି ଘଟଣା ଘଟିଥିଲା ।
11 କେଭି ବିଦ୍ୟୁତ ତାର ଲାଗି ଜଳିଗଲା 2 ଟ୍ରକ - ବରଗଡ
11 କେଭି ବିଦ୍ୟୁତ ତାର ସଂସ୍ପର୍ଷରେ ଆଶି ଜଳିଗଲା ଦୁଇଟି ଟ୍ରକ । ବରଗଡ ଜିଲ୍ଲା ଭଟଲି ଛକ ଠାରେ ଘଟିଛି ଏହି ଘଟଣା । ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଏପରି ହୋଇଥିବା ଅଭିଯୋଗ କରିଛନ୍ତି ସାଧାରଣ ଲୋକ ।

ଟ୍ରକ ଦୁଇଟି ଗଛ ତଳେ ଛିଡା ହୋଇଥିବା ବେଳ ନିକଟ ଦେଇ ଯାଇଥିବା ୧୧ କେଭି ତାର ଗଛରେ ପିଟି ହୋଇ ସ୍ପାର୍କିଂ ହୋଇଥିଲା ଏବଂ ତାରଟି ଛିଣ୍ଡି ଯାଇ ଟ୍ରକ ଉପରେ ପଡିଯାଇଥିଲା ଫଳରେ ଟ୍ରକ ନମ୍ବର OD 17 F 1446 ଓ OR 02F 1446 ର ସମ୍ମୁଖ ଭାଗ ନିଆଁରେ ପୋଡି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଖବର ପାଇ ବରଗଡ ଅଗ୍ନିସମ ବିଭାଗର ଦୁଇଟି ଦମକଳ ଗାଡି ପହଞ୍ଚି ନିଆକୁ ଆୟତ୍ତ କରିଥିଲେ । ଉକ୍ତ ଟ୍ରକ ଦୁଇଟି ପ୍ରଶାନ୍ତ ମହାପାତ୍ରଙ୍କର ବୋଲି ଜଣାପଡିଛି |
ତେବେ ବିଦ୍ୟୁତ ଉପକରଣ ଗୁଡିକୁ ଠିକ ସମୟରେ ସଜଡା ଯାଉନଥିବାରୁ ଏପରି ଦୁର୍ଘଟଣା ମାନ ହେଉଥିବା ଅଭିଯୋଗ ହୋଇଛି । ବାରମ୍ବାର ବିଦ୍ୟୁତ ବିଭାଗର ଅବହେଳା ଏବଂ ବିଦ୍ୟୁତ ଜନିତ ଦୁର୍ଘଟଣାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି । ଏହାସହ ବରଗଡ ଆମ ଆଦମୀ ପକ୍ଷରୁ ବିଦ୍ୟୁତ ବିଭାଗ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ବିଦ୍ୟୁତ ବିଭାଗର ଅବହେଳା କାରଣରୁ ବାରମ୍ବାର ଏପରି ଅଘଟଣ ଘଟୁଥିବା ନେଇ ବିଦ୍ୟୁତ ବିଭାଗ ଦାୟୀ ବୋଲି ଆମ ଆଦମୀର ଆବାହକ ଭବାନୀ ପ୍ରସାଦ ସାହୁ କହିଛନ୍ତି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ