ବରଗଡ: ବୁଧବାର ବରଗଡରେ ପୁଣି 2 ନୂଆ କୋରୋନା ସଂକ୍ରମିତ ଚିହ୍ନଟ । ଏହାର ସୂଚନା ଦେଇଛି ଜିଲ୍ଲା ପ୍ରଶାସନ । ତେବେ ସଂକ୍ରମିତ ଚିହ୍ନଟ ହୋଇଥିବା ଦୁଇଜଣ ବିଜେପୁର ବ୍ଲକ ଅନ୍ତର୍ଗତ ବାନ୍ଦୁପାଲି କଣ୍ଟେନମେଣ୍ଟ ଜୋନ୍ର ହୋଇଥିବାବେଳେ ସେମାନେ ତାମିଲନାଡୁରୁ ଫେରନ୍ତା ବୋଲି ଜଣାପଡିଛି ।
ବରଗଡ ଜିଲ୍ଲା ବିଜେପୁର ଅଞ୍ଚଳରେ ସର୍ବାଧିକ 8 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ଦୁଇ ଜଣ ସଙ୍କ୍ରମିତଙ୍କୁ ମିଶାଇ କେବଳ ବିଜେପୁର ଅଞ୍ଚଳରେ ସଙ୍କ୍ରମିତଙ୍କ ସଂଖ୍ୟା 10ରେ ପହଞ୍ଚିଛି । ସେହିପରି ବରଗଡରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ସମୁଦାୟ 16 ରହିଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା 18ରେ ପହଞ୍ଚିଛି ।