ଓଡିଶା

odisha

By

Published : Jun 30, 2021, 7:39 AM IST

Updated : Jun 30, 2021, 7:52 AM IST

ETV Bharat / state

ବର୍ଦ୍ଧିତ ପେଟ୍ରୋଲ ଦରରୁ ମିଳିଲା ମୁକ୍ତି, ବ୍ୟାଟେରୀଚାଳିତ ସାଇକେଲ ତିଆରି କଲେ 2 ଭାଇ

ଆକାଶ ଛୁଆଁ ପେଟ୍ରୋଲ ଦର ବୃଦ୍ଧି ପାଇବାରୁ ବରଗଡର ଦୁଇ ଭାଇ ବ୍ୟାଟେରୀ ଚାଳିତ ସାଇକେଲ ଉଦ୍ଭାବନ କରି ଚର୍ଚ୍ଚାରେ । ଅଧିକ ପଢନ୍ତୁ...

ସଙ୍କଟ ଦେଲା ଉପାୟ, ବ୍ୟାଟେରୀ ଚାଳିତ ସାଇକେଲ ଉଦ୍ଭାବନ କଲେ 2 ଭାଇ
ସଙ୍କଟ ଦେଲା ଉପାୟ, ବ୍ୟାଟେରୀ ଚାଳିତ ସାଇକେଲ ଉଦ୍ଭାବନ କଲେ 2 ଭାଇ

ବରଗଡ: ଆକାଶଛୁଆଁ ପେଟ୍ରୋଲ ଦର ଯୋଗୁଁ ନିଜ ଉଦ୍ୟମରେ ବ୍ୟାଟେରୀ ଚାଳିତ ସାଇକେଲ ତିଆରି କରି ଚର୍ଚ୍ଚାରେ ଦୁଇ ଭାଇ । ଥରେ ବ୍ୟାଟେରୀ ଚାର୍ଜ କଲେ ସାଇକେଲରେ 100 କିଲୋମିଟର ଯାଇ ହେଉଛି ଏହି ବ୍ୟାଟେରୀ ଚାଳିତ ସାଇକେଲରେ । ନିଜ ଜ୍ଞାନ ଓ କୌଶଳରେ ଏପରି କମାଲ କରିଦେଖାଇଛନ୍ତି ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଗ୍ରାମର ଦୁଇ ଭାଇ ବିଜୁ ଓ ଅଜୁ ।

ସଙ୍କଟ ଦେଲା ଉପାୟ, ବ୍ୟାଟେରୀ ଚାଳିତ ସାଇକେଲ ଉଦ୍ଭାବନ କଲେ 2 ଭାଇ

ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଏହାକୁ ପ୍ରମାଣ କିର ଦେଖାଇଛନ୍ତି ଦୁଇ ଭାଇ ଅଜୁ ଖୁଣ୍ଟିଆ ଏବଂ ବିଜୁ ଖୁଣ୍ଟିଆ । ଦିନକୁ ଦିନ ପେଟ୍ରୋଲର ଅହେତୁକ ଦର ବୃଦ୍ଧି ପାଉଥିବାରୁ ଦୁଇ ଭାଇ ମିଶି ବ୍ୟାଟେରୀ ଚାଳିତ ସାଇକେଲ ଉଦ୍ଭାବନ କରିଛନ୍ତି । ଯାହା ଥରେ ଚାର୍ଜ କଲେ 100 କିଲୋମିଟର ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରୁଛି । ଏଥିସହ ଏହି ସାଇକେଲ ଦ୍ବାରା ପରିବେଶ ପ୍ରଦୂଷଣର ଆଶଙ୍କା ମଧ୍ୟ କମ୍ । ସାଇକେଲରେ ବ୍ୟାଟେରୀ ଲାଗିବା ସହ ଗୋଟିଏ ମଟର ଏବଂ ଲାଇଟ୍ ଖଞ୍ଜା ଯାଇଛି ।

ଅଜୁ ଏବଂ ବିଜୁଙ୍କୁ ଏହି ସାଇକେଲ ତିଆରି କରିବା ପାଇଁ ଗୋଟିଏ ମାସ ସମୟ ଲାଗିଯାଇଛି । ଏ ବାବଦରେ ବିଦ୍ୟୁତ ଚାଳିତ ସାଇକେଲ ତିଆରି ପାଇଁ ୨୫ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଏହି ବ୍ୟାଟେରୀ ଚାଳିତ ସାଇକେଲ ଦେଖିବାକୁ ଲୋକଙ୍କ ଭିଡ ଲାଗିଯାଇଥାଏ । ବିଦ୍ୟୁତ ଚାଳିତ ସାଇକେଲ ତିଆରି ପାଇଁ ଅଞ୍ଚଳର ଲୋକେ ଆମକୁ ଏବେଠୁ ଅର୍ଡର ଦେଲେଣି ବୋଲି କହନ୍ତି ଦୁଇଭାଇ । ଏହି ଘଟଣାଟି ବରଗଡ ଜିଲ୍ଳାରେ ଚର୍ଚ୍ଚାର ବିଷୟ ହୋଇ ଥିବାବେଳେ ଦୁଇ ଭାଇଙ୍କୁ ସରକାରୀ ସାହାଯ୍ୟ ମିଳିଲେ ଏପରି ବହୁ ବ୍ୟାଟେରୀ ଚାଳିତ ସାଇକେଲ ତିଆରି କରିପାରିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Jun 30, 2021, 7:52 AM IST

ABOUT THE AUTHOR

...view details