ଓଡିଶା

odisha

ETV Bharat / state

ପ୍ରଥମ ପର୍ଯ୍ୟାୟରେ ବରଗଡ଼ରେ 10ଟି ଜୋନରେ ବାଜି ମାରିଲା ବିଜେଡି, ବିଜେପି ଖାତାରେ 2 - ବରଗଡ଼ରେ ପଞ୍ଚାୟତ ନିର୍ବାଚନ ଫଳାଫଳ

ଜିଲ୍ଲାରେ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି। ପ୍ରଥମ ଦିନରେ ଦେଖନ୍ତୁ କେଉଁ ଦଳ କେତେ ଭୋଟରେ କଲା ବାଜିମାତ। ଅଧିକ ପଢ଼ନ୍ତୁ

1st phase counting result of panchayat election in bargarh
ପ୍ରଥମ ପର୍ଯ୍ୟାୟ ଭୋଟ ଗଣନା: ବରଗଡ଼ରେ 10ଟି ଜୋନରେ ବାଜି ମାରିଲା ବିଜେଡି, 2ଟି ଜୋନରେ ବିଜେପି ହାତେଇଲା ଆସନ

By

Published : Feb 27, 2022, 10:49 AM IST

ବରଗଡ଼: ଜିଲ୍ଲାରେ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି। ପ୍ରଥମ ଦିନରେ ବରଗଡ଼ ଜିଲ୍ଲାର ୧୨ଟି ବ୍ଲକ ଅନ୍ତର୍ଗତ ଜୋନ୧ରେ ଭୋଟ ଗଣନା ଚାଲିଥିବାବେଳେ ଜିଲ୍ଲାର 12ଟି ଜୋନରୁ 10 ଗୋଟି ଜୋନରେ ବିଜେଡି ବାଜିମାତ କରିଛି | ଅନ୍ୟପଟେ କେବଳ 2 ଗୋଟି ବ୍ଲକରେ BJP ବିଜୟୀ ହୋଇଛି | ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ବ୍ଲକ ଏବଂ ପାଇକମାଳ ବ୍ଲକର ଦୁଇଟି ଜୋନରେ ବିଜେପି ବିଜୟୀ ହୋଇଥିବାବେଳେ 10ଟି ଜୋନରେ ପରାଜିତ ହୋଇଛି | ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ଶେଷ ହେବାପରେ ଜିଲ୍ଲାର ସମସ୍ତ ବ୍ଲକର ଫଳାଫଳ ପ୍ରକାଶ ପାଇଛି। ସମୁଦାୟ 2,98,736 ଖଣ୍ଡ ଭୋଟ ଗଣତି କରାଯାଇଥିବା ବେଳେ 9582 ଗୋଟି ଭୋଟ ନାକଜ ହୋଇଛି |

ପ୍ରଥମ ପର୍ଯ୍ୟାୟ ଭୋଟ ଗଣନା: ବରଗଡ଼ରେ 10ଟି ଜୋନରେ ବାଜି ମାରିଲା ବିଜେଡି, 2ଟି ଜୋନରେ ବିଜେପି ହାତେଇଲା ଆସନ
  • ଅମ୍ବାଭୋନା ବ୍ଲକରେ ବିଜେଡି ଦଳରର ନିଲକୁମାରୀ ନାୟକ ବିଜୟୀ ହୋଇଛନ୍ତି। ବିଜେପି ଦଳର ପ୍ରଫୁଲ୍ଲ ପ୍ରଧାନଙ୍କୁ 6446 ଭୋଟରେ ବିଜେଡି ପ୍ରାର୍ଥୀ ନିଲକୁମାରୀ ନାଏକ ପରାଜିତ କରିଛନ୍ତି ।
    BJD- 13687
    BJP- 7241
    CONG- 779
  • ଅତାବିରା ବ୍ଲକରେ ବିଜେଡି ଦଳର ସୁଦାମ ଜାଲ ବିଜୟୀ ହୋଇଛନ୍ତି । ବିଜେପି ଦଳର ବିରେନ୍ଦ୍ର ହୋତାଙ୍କୁ 5500 ଭୋଟରେ କଲେ ପରାଜିତ ।
    BJD- 11352
    BJP- 5852
    CONG- 3190
  • ବରଗଡ଼ ବ୍ଲକରେ ବିଜେଡି ଦଳର ପୁଷ୍ପା ଭୋଇ ବିଜୟୀ ହୋଇଛନ୍ତି । ବିଜେପି ଦଳର ମୁକ୍ତା ସାହୁଙ୍କୁ 1076 ଭୋଟରେ କଲେ ପରାଜିତ ।
    BJD- 10700
    BJP- 9201
    CONG- 1231
  • ବରପାଲି ବ୍ଲକରେ ବିଜେଡି ଦଳର ଗୋବିନ୍ଦ ସାହୁ ବିଜୟୀ ହୋଇଛନ୍ତି । ବିଜେପି ଦଳର ସଂଗ୍ରାମ କେଶରୀ ବାରିକଙ୍କୁ 2127 ଭୋଟରେ କଲେ ପରାଜିତ ।
    BJD- 10910
    BJP- 8783
    CONG- 3120
  • ଭଟଲି ବ୍ଲକରେ ବିଜେଡି ଦଳର ଭାରତୀ ଭୋଇ ହେଲେ ବିଜୟୀ । ବିଜେପି ଦଳର ତିଳୋତମା ଭୋଇଙ୍କୁ 9410 ଭୋଟରେ କଲେ ପରାଜିତ ।
    BJD- 18309
    BJP- 8899
    CONG- 1041
  • ଭେଡେନ ବ୍ଲକରେ ବିଜେଡି ଦଳର ପଦ୍ମିନୀ ଗଡତିଆ ବିଜୟୀ। ବିଜେପି ଦଳର ଉଲ୍ଲାସ ଛୁରିଆଙ୍କୁ 6364 ଭୋଟରେ କଲେ ପରାଜିତ ।
    BJD- 15590
    BJP- 9226
    CONG- 2690
  • ବିଜେପୁର ବ୍ଲକରେ ବିଜେଡି ଦଳର ମାନିନୀ ଭୋଇ ହେଲେ ବିଜୟୀ । ବିଜେପି ଦଳର ଆଲ୍ଲାଦିନୀ ମହାପାତ୍ରଙ୍କୁ 559 ଭୋଟରେ କଲେ ପରାଜିତ ।
    BJD- 11130
    BJP- 10571
    CONG- 1456
  • ଗାଇସିଲେଟ ବ୍ଲକରେ ବିଜେଡି ଦଳର ନୀଳମଣି ବରିହା ବିଜୟୀ | ବିଜେପି ଦଳର ନେହେରୁ ବରିହାଙ୍କୁ 1118 ଭୋଟ ରେ କଲେ ପରାଜିତ ।
    BJD- 12969
    BJP- 11851
    CONG- 4634
  • ଝାରବନ୍ଦ ବ୍ଲକରେ ବିଜେଡି ଦଳର ସୁଶୀଲ ମରେଇ ହେଲେ ବିଜୟୀ । ବିଜେପି ଦଳର ଗରିବ ଭୋଇଙ୍କୁ 726 ଭୋଟରେ କଲେ ପରାଜିତ ।
    BJD- 11411
    BJP- 10685
    CONG- 2503
  • ପାଇକମାଲ ବ୍ଲକରେ ବିଜେପି ଦଳର ତ୍ରିପୁରା ବରିହା ବିଜୟୀ | ବିଜେଡି ଦଳର ଗୀତାଞ୍ଜଳି ପୁଟାଙ୍କୁ 585 ଭୋଟରେ କଲେ ପରାଜିତ |
    BJD- 8393
    BJP- 8978
    CONG- 2115
  • ପଦ୍ମପୁର ବ୍ଲକରେ ବିଜେପି ଦଳର ସରସ୍ଵତୀ ସାହୁ ବିଜୟୀ | ବିଜେଡି ଦଳର ରଜନୀ ସାହୁଙ୍କୁ 129 ଭୋଟରେ କଲେ ପରାଜିତ |
    BJD- 9882
    BJP- 10011
    CONG- 741
    AAP- 1097
  • ସୋହେଲା ବ୍ଲକରେ ବିଜେଡି ଦଳର ଜାଇଫୁଲ ସିଂ ବରିହା ହେଲେ ବିଜୟୀ । ବିଜେପି ଦଳର ଭୂମିସୂତା ସାବତଙ୍କୁ 12535 ଭୋଟରେ କଲେ ପରାଜିତ ।
    BJD- 19931
    BJP- 7396
    CONG- 689

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details