ବରଗଡ:ସାମ୍ଭାବ୍ୟ ୩ୟ ଲହର ଆଶଙ୍କାରେ ସମସ୍ତେ ଥିବାବେଳେ ବରଗଡ ଜିଲ୍ଲାରେ ଦେଖିବାକୁ ମିଳଛି ଶିଶୁ ସଂକ୍ରମଣ । ଜିଲ୍ଲାର ଏକ ଘରୋଇ ସ୍କୁଲରେ କ୍ରମାଗତ ଭାବେ ଚିହ୍ନଟ ହେଲେଣି 19 ଆକ୍ରାନ୍ତ । ଗତ 2 ତାରିଖରେ 3 ଜଣ, 3 ତାରିଖରେ 4 ଜଣ, 4 ତାରିଖରେ 7 ଜଣ ଓ ପୁଣି 5 ତାରିଖରେ 5 ଜଣଙ୍କୁ ମିଶାଇ ସମୁଦାୟ 19 ଜଣ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇ ସାରିଲେଣି । ଏନେଇ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଅରୁଣ କୁମାର ପାତ୍ର ସୂଚନା ଦେବା ପରେ ଜିଲ୍ଲାବାସୀଙ୍କ ଚିନ୍ତା ବଢିଛି ।
ସଂକ୍ରମିତ ଛାତ୍ରଛାତ୍ରୀଙ୍କୁ ଗୃହ ସଙ୍ଗରୋଧରେ ରଖା ଯାଇଥିବାବେଳେ ଅନ୍ୟ ଛାତ୍ରଛାତ୍ରୀଙ୍କ ଟେଷ୍ଟିଂ ଉପରେ ଗୁରୁତ୍ବ ଦିଆଯାଉଛି । ସଂକ୍ରମିତ ଶିଶୁମାନେ ଅଧିକ ଅସୁସ୍ଥ ହୋଇ ନ ଥିବା ମଧ୍ୟ ସୂଚନା ମିଳିଛି । ବରଗଡ଼ ଜିଲ୍ଳାରେ ପ୍ରଥମ ଏବଂ ଦ୍ଵିତୀୟ ଲହରରେ ଆଜି ପର୍ଯ୍ୟନ୍ତ ସମୁଦାୟ 3,0982 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।