ବରଗଡ: ଗୁରୁବାର ଜିଲ୍ଲାରେ ପୁଣି ନୂତନ ୧୬୯ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଜିଲ୍ଲାର ୧୬୯ ସଂକ୍ରମିତଙ୍କ ମଧ୍ୟରୁ କେବଳ ବରଗଡ ମ୍ୟୁନସିପାଲିଟି ଅଞ୍ଚଳରୁ ହିଁ ୭୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ବରଗଡ ବ୍ଲକରେ ୩୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ତେବେ ବରଗଡ ସହରରେ ଏତେ ସଂଖ୍ୟାରେ ପଜିଟିଭ ବଢି ଚାଲିଥିବା ଯୋଗୁଁ ଲୋକେ ଭୟଭୀତ ହୋଇପଡିଛନ୍ତି । ତେବେ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ୨୨୫୫ ଜଣ ରୋଗୀ ସୁସ୍ଥ ହୋଇଥିବାବେଳେ ୧୬୭୮ ଜଣ ସକ୍ରିୟ ଅଛନ୍ତି ଏବଂ ସମୁଦାୟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୩୯୪୨ରେ ପହଞ୍ଚିଥିବା ଜିଲ୍ଲା ସୂଚନା ଅଧିକାରୀ କଲ୍ୟାଣୀ ଦାସ ଜଣାଇଛନ୍ତି ।