ଓଡିଶା

odisha

By ETV Bharat Odisha Team

Published : Oct 23, 2023, 10:41 PM IST

ETV Bharat / state

ଇଂରେଜ ଶାସନ ଅମଳରୁ ଚାଲିଛି ଶିକ୍ଷାଦାନ, ୧୨୫ ବର୍ଷରେ ପଦାର୍ପଣ କଲା ସ୍କୁଲ

ଇଂରେଜ ଅମଳରୁ ଶିକ୍ଷାଦାନ ଚାଲିଥିବା ବିଦ୍ୟାଳୟ ଚଳିତ ବର୍ଷ ୧୨୫ ବର୍ଷରେ ପଦାର୍ପଣ କରିଛି । ସଦର ବ୍ଲକ ତୋରା ଗ୍ରାମ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ବିଷୟରେ ଅଧିକ ପଢନ୍ତୁ

unique school in nuapada
ଇଂରେଜ ଶାସନ ଅମଳରୁ ଚାଲିଛି ପାଠପଢା

ଇଂରେଜ ଶାସନ ଅମଳରୁ ଚାଲିଛି ପାଠପଢା

ବରଗଡ଼:ଇଂରେଜ ଅମଳରୁ ଚାଲିଛି ଶିକ୍ଷାଦାନ । ଆଉ ଚଳିତ ବର୍ଷ ବିଦ୍ୟାଳୟ ୧୨୫ ବର୍ଷରେ ପଦାର୍ପଣ କରିଛି । ସଦର ବ୍ଲକ ତୋରା ଗ୍ରାମ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟଟି ୧୮୯୮ ମସିହାରେ ପ୍ରଥମେ ଝାଟିମାଟି ଓ ଖପର ଘରରେ ନିର୍ମିତ ହୋଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ଏହି ସ୍କୁଲଟି ପକ୍କା ଘରରେ ପରିବର୍ତ୍ତନ ହୋଇଥିଲା । କେବଳ ଯେ ସ୍କୁଲର ପରିବର୍ତ୍ତନ ହୋଇନାହିଁ ଏହି ସ୍କୁଲରେ ପାଠ ପଢ଼ିଥିବା ସେହି ସମୟର ଅନେକ ଛାତ୍ରଛାତ୍ରୀଙ୍କର ମଧ୍ୟ ବିକାଶ ହୋଇଛି l 1898 ମସିହାରେ ତୋରା ଗ୍ରାମର ପୂର୍ବଜମାନଙ୍କ ଦ୍ୱାରା ନିର୍ମାଣ ହୋଇଥିବା ଏହି ସ୍କୁଲ ଆଜି ପର୍ଯ୍ୟନ୍ତ ଅନବରତ ଦୀର୍ଘ 125 ବର୍ଷ ହେଲା ତୋରା ତଥା ଆଖପାଖ ଅଞ୍ଚଳର ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିଆସୁଛି ।

ଇଂରେଜ ସମୟରେ ଶିକ୍ଷା,ସ୍ୱାସ୍ଥ୍ୟ ଓ ଗମନାଗମନ ପରି ମୌଳିକ ସୁବିଧା ଆଦୌ ନଥିବାବେଳେ ତୋରା ଗ୍ରାମର ଗଉନ୍ତିଆ ପୀତାମ୍ବର ସାହୁ ନିଜେ କିଛି ଜମି ଦାନ କରି ଗ୍ରାମରେ ଏକ ସ୍କୁଲ ନିର୍ମାଣ ପାଇଁ ଗ୍ରାମବାସୀଙ୍କୁ ପ୍ରସ୍ତାବ ଦେଇଥିଲେ । 1898 ମସିହାରେ ବିନା ପାଚେରିରେ ପ୍ରଥମେ ଝାଟିମାଟିର ଏକ ସ୍କୁଲ ସ୍ଥାପନା କରାଯାଇଥିଲା ଯାହାର ନାମ "ତୋରା ବେଶିକ ସ୍କୁଲ" ରଖାଯାଇଥିଲା । ଆରମ୍ଭରୁ ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ଆରମ୍ଭ କରାଗଲା ଏବଂ ପରବର୍ତ୍ତୀ ସମୟରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଶିକ୍ଷା ପ୍ରଦାନ କରାଯାଇଥିଲା । ସେ ସମୟରେ ସ୍କୁଲକୁ ଝିଅମାନେ ପାଠ ପଢିବାକୁ ଆସୁନଥିଲେ ମାତ୍ର ଶିକ୍ଷାର ମୂଲ୍ୟ ବୁଝାଇବା ପରେ ଧୀରେ ଧୀରେ ସ୍କୁଲକୁ ଝିଅ ମାନଙ୍କର ପ୍ରବେଶ ହୋଇଥିଲେ ।

ଏହା ବି ପଢନ୍ତୁ...ନୂଆପଡ଼ାରେ ଶିଶୁ ଉତ୍ସବ ସୁରଭି 2023, ‘ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ଲକ୍ଷ୍ୟ’


ଏହି ବିଦ୍ୟାଳୟରୁ ପାଠ ପଢିଥିବା ବହୁ ଛାତ୍ରଛାତ୍ରୀ ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବେଳେ ଆଜି ଏହି ସ୍କୁଲ ସ୍ଥାପନକୁ 125 ବର୍ଷ ପୁରିଛି । ଏଠାରେ ପଢିଥିବା ରମେଶ ପାଣ୍ଡେ ବର୍ତ୍ତମାନ ଏହି ସ୍କୁଲର ପ୍ରଧାନ ଶିକ୍ଷକ ଭାବେ ନିୟାଜିତ ଥିବାବେଳେ ତାଙ୍କ ଉଦ୍ୟମରେ 125 ତମ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦିଆଯାଇଛି । ରମେଶ ପାଣ୍ଡେ କହିଛନ୍ତି, "ଯେଉଁଠୁ ଶିକ୍ଷା ଗ୍ରହଣ କରିଛି ସେଠାରେ ମୋ ଗୁରୁଙ୍କ ସିଟରେ ବସିବାର ସୁଯୋଗ ପାଇ ନିଜକୁ ଧନ୍ୟ ମନେ କରୁଛି ।" ଆସନ୍ତା ଅକ୍ଟୋବର 25, 29 ଓ 30 ତାରିଖ ୩ ଦିନ ଧରି ଏହି ଜୟନ୍ତୀ ପାଳନ କରାଯିବ । ଅକ୍ଟୋବର 25 ତାରିଖରେ ଗାଁ ରେ ଏକ ରକ୍ତଦାନ ଶିବିର, ସ୍ଵାସ୍ଥ୍ୟ ଶିବିର ଏବଂ ଶୋଭାଯାତ୍ରାର ଆୟୋଜନ ସହ 29 ଓ 30 ତାରିଖ ଏହି ୨ ଦିନ ଧରି ସଭା କାର୍ଯ୍ୟ, ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ସ୍ଥିରୀକୃତ କରାଯାଇଛି ।

ଇଟିଭି ଭାରତ, ବରଗଡ଼

ABOUT THE AUTHOR

...view details