ବରଗଡ: ବଢି ଚାଲିଛି ଲୁଟେରାଙ୍କ ଉତ୍ପାତ । ଲିଫ୍ଟ ଦେଇ ଲୁଟିନେଲେ 11ଲକ୍ଷ । ବରଗଡ ରେଳ ଷ୍ଟେସନରେ ଜଣେ ବ୍ୟବସାୟୀଙ୍କୁ ଲହୁଲୁହାଣ କରି 11ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା ।
ସୂଚନାଅନୁସାରେ, ଛତିଶଗଡର ଜଣେ ବ୍ୟବସାୟୀ ତାରାଚାନ୍ଦ ଅଗ୍ରୱାଲ କେନ୍ଦୁଝରରୁ ସମ୍ବଲପୁର ଆସିଥିଲେ । ବରଗଡ ଯିବା ପାଇଁ ଗୋଟିଏ ପିକଅପ ଭ୍ୟାନକୁ ଲିଫ୍ଟ ମାଗିଥିଲେ । ଏହା ପରେ ଭ୍ୟାନଟି ତାଙ୍କୁ ଲିଫ୍ଟ ଦେଇଥିଲା । ବରଗଡ ଆସିବା ବେଳେ ବରଗଡ ରେଲୱେ ଷ୍ଟେସନରେ ତାଙ୍କୁ ମାଡ ମାରି ଲହୁଲୁହାଣ କରିଥିଲେ । ଏହା ସହିତ ତାଙ୍କ ବ୍ୟାଗରୁ 11ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।