ଓଡିଶା

odisha

ETV Bharat / state

ଗୀତ ଗାଇ ଦଶମ ଶ୍ରେଣୀ ଛାତ୍ରୀଙ୍କ କୋରୋନା ସଚେତନତା - ଗୀତ ମାଧ୍ୟମରେ କୋରୋନା ସଚେତନତା କରୁଛନ୍ତି ଦଶମ ଶ୍ରେଣୀ ଛାତ୍ରୀ

ଗୀତ ମାଧ୍ୟମରେ କୋରୋନା ସଚେତନତା କରୁଛନ୍ତି ଦଶମ ଶ୍ରେଣୀ ଛାତ୍ରୀ । ନିଆରା ପ୍ରୟାସଙ୍କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା । ଅଧିକ ପଢନ୍ତୁ....

A girl create awareness about  corona by music in bargarh
ଗୀତ ମାଧ୍ୟମରେ କୋରୋନା ସଚେତନତା

By

Published : Apr 10, 2020, 2:53 PM IST

ବରଗଡ: ଦିନକୁ ଦିନ ଓଡିଶାରେ କାୟା ବିସ୍ତାର କରୁଛି କୋରୋନା । ମହାମାରୀ କୋରୋନା ସଂକ୍ରମଣକୁ ରୋକ ଲଗାଇବା ପାଇଁ ମୋଦି ସରକାର 21 ଦିନିଆ ଲକ ଡାଉନ ଘୋଷଣା କରିଛନ୍ତି । କୋରୋନାର ଭୟାବହତାକୁ ଭଲଭାବରେ ବୁଝିସାରିଥିବା ବରଗଡର ଜଣେ ଦଶମ ଶ୍ରେଣୀର ଛାତ୍ରୀ ସୌଭାଗ୍ୟଲକ୍ଷ୍ମୀ ଦାଶ ସଚେତନତା ପାଇଁ ଆଗେଇ ଆସିଛନ୍ତି ।

ଗୀତ ମାଧ୍ୟମରେ କୋରୋନା ସଚେତନତା

ମାଆ ରୁଦ୍ରାଣୀ ଦାଶଙ୍କ ପ୍ରେରଣାରେ ସେ କୋରୋନା ସଚେତନତାକୁ ନେଇ ଗୀତ ଗାଇଛନ୍ତି । ଗୀତ ମାଧ୍ୟମରେ ସେ ଲୋକଙ୍କୁ ସଚେତନ କରିବାକୁ ପ୍ରୟାସ କରୁଛନ୍ତି । ଉଭୟ ମା ଓ ଝିଅଙ୍କ ନିଆରା ପ୍ରୟାସଙ୍କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details